ରାଣୀ ପଣ୍ଡାଙ୍କ କଥା ତ ଆପଣ ଶୁଣିଲେ। ଏବେ ଏଇ ଦୃଶ୍ୟ ଦେଖନ୍ତୁ। ଏ ହେଉଛି ହକି ଉଦ୍ଘାଟନୀ ଉତ୍ସବର ଦୃଶ୍ୟ। ସ୍ଥାନ ବାରବାଟୀ ଷ୍ଟାଡିୟମ୍। ଆଉ ସାମ୍ନାରେ ଅଛନ୍ତି ବଲିଉଡର ସ୍ଲିମ୍ ସୁନ୍ଦରୀ ଦିଶା ପଟାନୀ। ଦୀଶାଙ୍କ କଷ୍ଟ୍ୟୁମ ସମ୍ପର୍କରେ ଆମର କିଛି ବିବୃତ୍ତି ଦେବାର ନାହିଁ। କାରଣ ଏହା ଫ୍ୟାସନ ଆମେ ସମସ୍ତେ ଜାଣିଛେ। ଆମ ଦୃଷ୍ଟିରେ ଯାହା ଅଶ୍ଲୀଳତା, ହୁଏତ ସାମ୍ପ୍ରତିକ ଦୃଷ୍ଟିକୋଣରୁ ତାହା ଫ୍ୟାସନ। ଏଣୁ ରାଣୀ କହିଥିବା କଥାର ସତ୍ୟତା ରହିଛି ଏହା ଆଦୌ ଭୁଲ ନୁହେଁ ।
ଖଣ୍ଡଗିରୀ ମଇଦାନରେ ଏଥରକ ୧୧ ଅପେରା ଯାତ୍ରା ପେଣ୍ଡାଲକୁ ଓହ୍ଲାଇବେ । ଯାତ୍ରା ପରିବେଶଣ ପାଇଁ ଚଳିତ ବର୍ଷ ୬ଟି ଯାତ୍ରା କମିଟିକୁ ଆବଶ୍ୟକ ଅନୁମତି ମିଳିଛି। ଅପେରା ଦଳ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି। କିନ୍ତୁ ଏ କଥାବି ସତ, ରାଣୀପଣ୍ଡାଙ୍କ ଅଭିଯୋଗ ଭିତ୍ତିହିନ ନୁହେଁ। ଅଶ୍ଲୀଳତା ବାହାନାରେ କଳାକାରର ବୃତ୍ତି ଆଉ ସ୍ବାଧୀନତାକୁ ସରକାର କ୍ଷୁର୍ଣ୍ଣ କରୁଛନ୍ତି। ଏମିତି କି ବ୍ୟକ୍ତିଗତ ଭାବେ ଜଣେ ଅଭିନେତ୍ରୀଙ୍କୁ ନେଇ ପ୍ରଶାସନ କଟଣା କଲାଇବା ଆଦୌ ସମୀଚୀନ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।