ଇଏ ସେହି ରାଣୀ ପ୍ରିୟଦର୍ଶୀନି । ଯିଏ ଦିନେ ଷ୍ଟେଜରେ ଅଶ୍ଳିଳ ନୃତ୍ୟୁ କରି ବିବାଦକୁ ଆସିଥିଲେ । ତାଙ୍କ ନୃତ୍ୟରେ ଉତକ୍ଷିପ୍ତ ହୋଇ ଜଣେ ମହିଳା ତାଙ୍କ ଉପରକୁ ଚପଲ ଫିଙ୍ଗିଥିଲେ । ପୁରା ରାଜ୍ୟରେ ଯାହାକୁ ନେଇ ଏକ ପ୍ରକାର ଆଲୋଡନ ସୃଷ୍ଟି ହୋଇଥିଲା । ତାଙ୍କୁ ନେଇ ଅନେକ ବିବାଦ ମଧ୍ୟ ଦେଖାଦେଇଥିଲା । ଆଉ ଏବେ ତାଙ୍କର ବ୍ୟବହାରକୁ ନେଇ ଚାରିଆଡୁ ସାବାସୀ ମିଳୁଛି । ମଣିଷ ପଣିଆ ଦେଖାଇ ଅନ୍ୟର ସାହାଯ୍ୟ ପାଇଁ ସେ ଧାଇଁ ଆସିଛନ୍ତି ।
ଚିକିତ୍ସା ପାଇଁ ଦିଲ୍ଲୀ ଯାଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଆଜି ସେ ବିମାନ ଯୋଗେ ଦିଲ୍ଲୀ ଯାଇଛନ୍ତି । ସେଠାରେ ଆଇଏଲବିଏସ ହସ୍ପିଟାଲରେ ତାଙ୍କର ଯକୃତ ପ୍ରତିରୋପଣ କରାଯିବ ।
ତାଙ୍କର ଚିକିତ୍ସା ପାଇଁ ବିଭିନ୍ନ ମହଲରୁ ସାହାଯ୍ୟ ମିଳୁଥିବାବେଳେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶୀନି ମଧ୍ୟ ଆଗକୁ ଆସିଛନ୍ତି । ବୁନ୍ଦାଏ ବୁନ୍ଦାଏ ପାଣିରୁ ଯେପରି ମାଠିଆ ପୂର୍ଣ୍ଣ ହୋଇଥାଏ ଠିକ୍ ସେହିପରି ତାଙ୍କ ଦ୍ୱାରା ଯୋଗାଡ କରାଯାଇଥିବା ଅର୍ଥ ମଧ୍ୟ ପିଣ୍ଟୁ ନନ୍ଦଙ୍କ ଚିକିତ୍ସାରେ ସହଯୋଗ କରିବ ।