୧୯.୫. ୨୦୧୯ ମସିହାରେ ସାଲେପୁର ଥାନା ଅଞ୍ଚଳରେ ୧୬ ବର୍ଷୀୟା ନାବାଳିକାକୁ ଚାକିରୀ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏ ନେଇ ଥାନାରେ ଏତଲା ଦିଆଯାଇଥିଲା । ଏହି ଘଟଣାରେ ୧୨ ଜଣ ସାକ୍ଷୀ ଓ ୨୯ ଟି ଡକୁମେଣ୍ଟ ଆଧାରରେ ଅଭିଯୁକ୍ତକୁ କୋର୍ଟ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପୀଡ଼ିତାକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ଅର୍ଗସ ବ୍ୟୁରୋ : ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଲେ କଟକ ସ୍ବତନ୍ତ୍ର ପୋକ୍ସୋ ଆଡାହକ କୋର୍ଟ । ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କାର ଜୋରିମାନା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ । ଅଭିଯୁକ୍ତ ମଣ୍ଟୁ ମଲ୍ଲିକ ବିରୋଧରେ ଏହି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।
Download Argus News App
