ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଶିଷ ବେହେରା ଏବଂ କୁନ୍ଦନ ପାଶ୍ୱାନଙ୍କ ସହିତ ମୁଖ୍ୟ ଶୁଭେନ୍ଦୁ ମଲ୍ଲିକ ଜଗତସିଂହପୁର ବିରିଡି ଯାଇ ସେଇ ସାପଟିକୁ ପରୀକ୍ଷା କରିଥିଲେ । ସାପଟି ପ୍ରକୃତରେ ଏକ ଧଣ୍ଡ ସାପ ହିଁ ଥିଲା । ଇଂରାଜୀରେ ଏହାକୁ Checkered Keel Back Snake କୁହାଯାଏ । ତେବେ, ସାଧାରଣ ଧଣ୍ଡ ସାପର ଶରୀରରେ କଳା - ଧଳା / ମାଟିଆ / ହଳଦିଆ ଆଦି ରଙ୍ଗର ଚେକ୍ ଚେକ୍ ପ୍ୟାଟର୍ନ ହୋଇଥିବା ବେଳେ, ଏଇ ବିରଳ ଧଣ୍ଡ ସାପଟିର ଦେହରେ ଚେକ୍ ପ୍ୟାଟର୍ନ ଆଦୌ ନଥିଲା । ସାଧାରଣ ଧଣ୍ଡ ସାପ ମାନଙ୍କର ଶରୀର ଉପରୁ ଦେଖିଲେ ଗ୍ଲସି ଅଲିଭ ସବୁଜ, ଅଲିଭ ମାଟିଆ, ହଳଦିଆ, ମାଟିଆ, ଧୂସର / କଳା ଆଦି ରଙ୍ଗର ଦେଖାଯାଇଥାଏ । ମାତ୍ର, ଜଗତସିଂହପୁର ରୁ ଉଦ୍ଧାର ହୋଇଥିବା ବିରଳ ଧଣ୍ଡ ସାପ ଦେହରେ କୌଣସି ଗାଢ଼ କଳା/ମାଟିଆ/ସବୁଜ ଆଦି ରଙ୍ଗର ଚିହ୍ନ ବର୍ଣ୍ଣ ନଥିଲା ।
ତେବେ, ଧଣ୍ଡ ସାପଙ୍କୁ ଚିହ୍ନିବା ପାଇଁ ସବୁଠାରୁ ଗୁରୁତ୍ତ୍ଵପୂର୍ଣ୍ଣ ହୋଇଥାଏ ସାପ ଆଖି ପାଖରେ ଦୁଇଟି ସ୍ପଷ୍ଟ କଳା ଗାର ପଡ଼ିଥାଏ, ଗୋଟିଏ କଳା ଗାର ଆଖିତଳକୁ ପଡ଼ିଥିବା ବେଳେ, ଅନ୍ୟ ଏକ କଳା ଗାର ଆଖି ପଛରୁ ଆରମ୍ଭ ହୋଇ ପାଟି କୋଣ ଆଡ଼କୁ ଲମ୍ବିଥାଏ । ସବୁ ଧଣ୍ଡ (Checkered Keel Back) ସାପଙ୍କୁ ଚିହ୍ନିବା ପାଇଁ ଏଇ କଳା ଗାର ଦୁଇଟି ସହାୟକ ହୋଇଥାଏ । ତେବେ ଜଗତସିଂହପୁର ରେ ଠାବ ହୋଇଥିବା ବିରଳ ଧଣ୍ଡ ସାପ ଶରୀର ରେ ସେଇ ସ୍ପଷ୍ଟ କଳା ଗାର ଦୁଇଟି ବଦଳରେ ଦୁଇଟି ଅସ୍ପଷ୍ଟ କଳା ବା ମାଟିଆ ରଙ୍ଗର ଗାର ପଡ଼ିଥିଲା । ତେବେ, ଧଣ୍ଡ ସାପ ଶରୀରରେ କାତି ଗୁଡ଼ିକ ଖଦଡିଆ ହୋଇଥାଏ, ଏବଂ ହାତରେ ଛୁଇଁଲେ କଠିନ ପୃଷ୍ଠ ଭଳି ଅନୁଭବ ହୋଇଥାଏ । ଖାସ କରି ପିଠି ରେ ଥିବା କାତି ଗୁଡ଼ିକୁ ଛୁଇଁଲେ ଏଇ ଖଦଡିଆ କଠିନ ପୃଷ୍ଟ ଅଧିକ ମାତ୍ରାରେ ଜଣା ପଡ଼ିଥାଏ । ଖାସ ସେଥିପାଇଁ ସବୁ ଧଣ୍ଡ ସାପ ମାନଙ୍କ ଇଂରାଜୀ ନାମରେ Keel Back ଶବ୍ଦ ଯୋଡା ହୋଇଥାଏ ।
ସାପଟିର ଶରୀର ହଳଦିଆ ରଙ୍ଗର ହେବା ଦୁଇଟି କାରଣ ଯୋଗୁଁ ହୋଇଥାଏ । ଗୋଟିଏ ହେଲା ଆଲବିନିଜିମ (Albinism) ଏବଂ ଅନ୍ୟଟି ଲିୟୁସିଜିମ (Leucism)। ଶରୀର ରେ ମେଲାନିନ କଣିକା ର ଅଭାବ ହେତୁ ସାଧାରଣ ରଙ୍ଗରେ ପରିବର୍ତ୍ତନ ହୋଇ ପ୍ରାଣୀ ଆଲବିନୋ କିମ୍ବା ଲିୟୁସିଷ୍ଟିକ ହୋଇଥାନ୍ତି । ତେବେ ଆଲବିନୋ ସାପ ହୋଇଥିଲେ ଏହି ବିରଳ ସାପ ଟିର ଆଖି ମଧ୍ୟ ଗୋଲାପୀ ରଙ୍ଗର ହୋଇଥାନ୍ତା । କିନ୍ତୁ, ସାଧାରଣ ରଙ୍ଗର ଆଖି ହୋଇଥିବାରୁ ଜଗତସିଂହପୁର ଜିଲ୍ଲାରେ ବନସୀ କଣ୍ଟା ରେ ପଡ଼ିଥିବା ଏହି ବିରଳ ହଳଦିଆ ରଙ୍ଗର ସାପଟି ଏକ ଲିୟୁସିଷ୍ଟିକ ଧଣ୍ଡ ବା Leucistic Checkered Keel Back ସାପ ବୋଲି ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି । ନିଜର ଗବେଷଣା ଡକ୍ୟୁମେଣ୍ଟ ପାଇଁ କିଛି ଫୋଟୋ ଉଠେଇ ସେଇ ବିରଳ ଲିୟୁସିଷ୍ଟିକ୍ ଧଣ୍ଡ ସାପ ଟିକୁ ଏକ ପାଣି ଥିବା ଅଞ୍ଚଳରେ ଶୁଭେନ୍ଦୁ ଛାଡି ଦେଇଥିଲେ।
ତେବେ, ଏକ ସାଧାରଣ ଧଣ୍ଡ ସାପଟିଏ ଯେଉଁ ଭଳି ବ୍ୟବହାର ଦେଖେଇ ଥାଏ, ଏଇ ଲିୟୁସିଷ୍ଟିକ୍ ଧଣ୍ଡ ସାପ ଟି ମଧ୍ୟ ଅନୁରୂପ ବ୍ୟବହାର ଦେଖାଇ ଥିଲା । ଧଣ୍ଡ ସାପ ପରି କାମୁଡିବା କୁ ଗୋଡେଇବା ହେଉ ବା ରାଗିଲେ ବେକ ଫୁଲେଇ ମୁଣ୍ଡକୁ ଉଠେଇ ଚାଲି ଚାଲି ଯିବା ଆଦି ସାଧାରଣ ଧଣ୍ଡ ଙ୍କ ବ୍ୟବହାର ସହିତ ଏଇ ହଳଦିଆ ଲିୟୁସିଷ୍ଟିକ୍ ଧଣ୍ଡ ସାପ ଟି ସମ୍ପୂର୍ଣ ଖାପ ଖାଉଥିଲା ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।