ଅନଙ୍ଗ ଭୀମଦେବଙ୍କ ସମୟରୁ ତୁଳସୀକ୍ଷେତ୍ରର ଭୋଗ ଭାବେ ଶ୍ରୀବଳଦେବଜୀଉଙ୍କୁ ୩୨ ରସାବଳୀ ଲାଗି କରାଯାଏ । ବଳଦେବଜୀଉଙ୍କ ପ୍ରିୟ ଭୋଗ ରସାବଳୀକୁ ମହାପ୍ରଭୁ ବଳଦେବଙ୍କ ଜନ୍ମଦିନ ଅର୍ଥାତ ରକ୍ଷାବନ୍ଧନରେ ‘ରସାବଳୀ ଦିବସ’ ଭାବେ ପ୍ରତିବର୍ଷ ପାଳନ କରାଯାଏ ।
କାହିଁ କେଉଁ କାଳରୁ ରସାବଳୀ ବଳଦେବଙ୍କ ପାଖରେ ଭୋଗ ହୋଇଆସୁଛି । ଏହା ଏକ ସୁସ୍ଵାଦୁ ଓଡ଼ିଆ ଖାଦ୍ୟ । ଏହା ଜଗନ୍ନାଥ ମନ୍ଦିରରେ ପରସା ଯାଉଥିବା ୫୬ ଭୋଗରୁ ଗୋଟିଏ । ଏହାକୁ ନେଇ ରହିଛି ଅନେକ ଆଧ୍ୟାତ୍ମିକ କଥା । ଏହାକୁ ପ୍ରସ୍ତୁତ କରିବାକୁ ରହିଛି ବିଭିନ୍ନ ସୋପାନ । ପିଠା ଭଳିଆ ବେଲି ଛେନାକୁ ଗରମ ଘିଅରେ ଛଣା ଯାଏ । ଛଣା ହେଇଥିବା ପିଠାକୁ କାଢି ତିଆରି ହେଇଥିବା ଝିଲିକୁ କାଢି କ୍ଷୀର, ଗୁଡ଼ରେ ତିଆରି ଗୋଟେ ମିଶ୍ରଣରେ ଛାଡ଼ି ଦିଆଯାଇଥାଏ । ଏହା ପରେ ଏଥିରେ କାଜୁ ଓ କିସମିସ ପକାଇ ପରସା ଯାଏ ।
ଆହୁରି ପଢନ୍ତୁ ଓଡିଶା ଖବର...