ସେପଯେ ପୋଲିସ ହାତରେ ଲାଗିଥିବା ଅଡିଓ ରେକର୍ଡରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ ତଥ୍ୟ ଅନୁସାରେ, ରାଜା ହେଉଛନ୍ତି ରଶ୍ମିରେଖାଙ୍କ ପୂର୍ବତନ ପ୍ରେମିକ। ସନ୍ତୋଷଙ୍କ ସହ ରଶ୍ମିରେଖା ଏକାଠି ରହିବାବେଳେ ରାଜା ରଶ୍ମିରେଖାଙ୍କ ପାଖକୁ ବାରମ୍ୱାର ଫୋନ କରୁଥିଲେ। ଏକଥା ଜାଣିବା ପରେ ସନ୍ତୋଷ ଓ ରଶ୍ମିରେଖାଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା।
ପୋଲିସ ହାତରେ ଲାଗିଥିବା ଅଡିଓ ରେକର୍ଡରୁ ଜଣାପଡିଛି ଯେ, ରାଜା ବିଷୟରେ ସନ୍ତୋଷ ଓ ରଶ୍ମିରେଖା କଥା ହୋଇଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଡିଓ ରେକର୍ଡକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ ରାଜା କହୁଛନ୍ତି ଯେ, ମୁଁ କୁଆଡେ ସନ୍ତୋଷଙ୍କୁ ଜାଣିନି। ତେବେ ପ୍ରକୃତ ସତ୍ୟ କଣ ତାହାର ତଦନ୍ତ କରୁଛି ପୋଲିସ।