ଗତକାଲି ଥାନାରେ ହାଜର ହୋଇଥିଲା ରାଜା । ରାଜାକୁ ପ୍ରାୟ 1 ଘଣ୍ଟା ଧରି ପୋଲିସ ଜେରା କରିଥିଲା । ରଶ୍ମିଙ୍କ ସହ ତାଙ୍କର କେବେ କଥା ବାର୍ତ୍ତା ବନ୍ଦ ହୋଇଥିଲା । ରଶ୍ମିଙ୍କୁ ସେ କେବେ ଭଲ ପାଇଥିଲେ । ରଶ୍ମିଙ୍କ ମୃତୁ ପୂର୍ବରୁ ତାଙ୍କ ସହ କଥା ହେଉଥିଲେ କି । ତମାମ ପ୍ରଶ୍ନକୁ ନେଇ ରାଜାକୁ ଜେରା କରିଛି ପୋଲିସ । ସେପଟେ ରଶ୍ମିରେଖାଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଅନୁଯାୟୀ ଶ୍ୱାସରୁଦ୍ଧ ହୋଇ ରଶ୍ମିରେଖାଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ । ରିପୋର୍ଟରେ ବିଷ କ୍ରୀୟା ନଥିବା ମଧ୍ୟ ସ୍ପଷ୍ଟ ହୋଇଛି ।
ଆଜି ଥାନାରେ ହାଜର ହେଲା ସନ୍ତୋଷ

ଭୁବନେଶ୍ୱର: ଭୁବନେଶ୍ୱରରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା । ଥାନାରେ ହଜାର ହେଲେ ସନ୍ତୋଷ ପାତ୍ର । ସନ୍ତୋଷ ପାତ୍ରଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ କରିଥିଲା ନୟାପଲ୍ଲୀ ଥାନା ପୋଲିସ । ଗତ 18 ତାରିଖ ରାତିରେ ଆତ୍ମହତ୍ୟା କରିଥିଲେ ରଶ୍ମିରେଖା । ନୟାପଲ୍ଲୀ ଗଡ଼ସାହିରେ ସ୍ୱାମୀ ସନ୍ତୋଷ ପାତ୍ର ସହ ରଶ୍ମିରେଖା ଏକ ଭଡ଼ାଘରେ ରହୁଥିଲେ ।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
