
ଅର୍ଗସ ବ୍ୟୁରୋ : ପୁଣି ଉଠିଲା ରଥଯାତ୍ରା ଷଡଯନ୍ତ୍ର ମାମଲା । ଓଡିଶା ବିକାଶ ପରିଷଦ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ । ସେ କହିଛନ୍ତି ଯେ, ସୁପ୍ରିମକୋର୍ଟରେ ଲଢିବାକୁ ଦେଶର ବଡ ବଡ ଓକିଲଙ୍କୁ ନିଯୁକ୍ତ କରିବା ପାଇଁ ଓଡିଶା ବିକାଶ ପରିଷଦ ଅର୍ଥ କେଉଁଠୁ ପାଇଲା ? ପରିଷଦ ଏତେ ନାମୀଦାମୀ ଓକିଲଙ୍କୁ କେସ ଦେବା ପଛରେ କିଏ କିଏ ଅଛନ୍ତି ? ଏହା ତଦନ୍ତ ହେବା ଆବଶ୍ୟକ । ରଥଯାତ୍ରାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଯାଇଥିବା ଓଡ଼ିଶା ବିକାଶ ପରିଷଦ ସକାଶେ କିଏ ଅର୍ଥ ଖର୍ଚ୍ଚ କରିଛନ୍ତି ? ଅନ୍ୟ କୌଣସି ଧର୍ମର ସ°ସ୍ଥା କିମ୍ବା ରାଜ୍ୟର କେହୀ ବଡଲୋକ ୟା ପଛରେ ନାହାନ୍ତି ତ ! ତାହାର ତଦନ୍ତ ହେବା ଜରୁରୀ।
ସୁପ୍ରିମକୋର୍ଟରେ 'ଓଡିଶା ବିକାଶ ପରିଷଦ' ନାମକ ଏନଜିଓ ସ୍ୱର ସହ ରାଜ୍ୟ ସରକାରଙ୍କ ଓକିଲ ସ୍ୱର ମିଳାଇବା ସାଘା°ତିକ ଷଡଯନ୍ତ୍ର ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁନି କି ? ରଥଯାତ୍ରାକୁ ବନ୍ଦ କରିବା ପାଇଁ ହାଇକୋର୍ଟରେ ଆବେଦନ ହେବାର 15 ଦିନ ପୂର୍ବରୁ ଜୁନ 25 ପର୍ଯ୍ୟନ୍ତ 'ଓଡିଶା ବିକାଶ ପରିଷଦ'ର ମୁଖ୍ୟ ସୁଶାନ୍ତ ପାଢୀଙ୍କର ସମସ୍ତ ଟେଲିଫୋନ/ମୋବାଇଲର କଲ ହିଷ୍ଟ୍ରୀକୁ ଯାଞ୍ଚ କରାଯାଇ ତଦନ୍ତଭୁକ୍ତ କରାଯିବା ଆବଶ୍ୟକ ବୋଲି କଟକ ସଦର ଭାଜପା ନେତା ତଥା ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ ଟ୍ୱିଟ ଯୋଗେ କହିଛନ୍ତି ।
