ଅନ୍ୟପଟେ ଚାଳିରେ ସମ୍ପୂର୍ଣ୍ଣ ଚକ ନିର୍ମାଣ ପାଇଁ ଅର ଉପରେ ପହି ପିନ୍ଧା କାମ ଚାଲିଛି । ସେପଟେ ଆସନ୍ତା ଭଉଁରୀ ଯାତ୍ରାରେ ଚକ ସହ ଅଖ ଡେରା ଯିବାର ବିଧି ବିଧାନ ରହିଥିବାବେଳେ ଅଖ କାମ ଆରମ୍ଭ ହୋଇଥିବା କଥା ମହାରଣା ମାନେ କହିଛନ୍ତି ।
ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳିତବର୍ଷର ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ମେ 12 ରେ ଶ୍ରୀକ୍ଷେତ୍ର ଭଉଁରୀ ଦିନ ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ ସହ ନାହାକା ଅଖ ସଂଯୋଗ କରାଯିବ। ଆଉ ଏନେଇ ରଥଖଳାରେ ଆଜି ସିଙ୍ଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭ କରାଯାଇଛି। ଜନ୍ତାଗାଡରେ ନାହାକା ତୁମ୍ଭରେ ଅର ଲଗାଯିବା ପାଇଁ ଭୋଇ ସର୍ଦ୍ଧାରଙ୍କ ଦ୍ୱାରା ସିଙ୍ଗଡା ବାଡିଆ ଆରମ୍ଭ ହୋଇଛି । ଯାହାକୁ ଦେଉଳି ଭାଷାରେ ସିଙ୍ଗଡା ପିଟା କାର୍ଯ୍ୟ କୁହାଯାଇଥାଏ । ଭୋଇ ସେବକମାନେ ଜନ୍ତାଗା଼ଡରେ ତିନି ରଥର ନାହାକା ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ଆରମ୍ଭ କରିଛନ୍ତି।
ଆହୁରି ପଢନ୍ତୁ ଓଡିଶା ଖବର...