ସେପଟେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଗତକାଲି ବିଧିବଦ୍ଧ ଭାବେ ରୀତିନୀତି ଅନୁସାରେ ଗୋଟି ପହଣ୍ଡିରେ ତିନି ଠାକୁରଙ୍କୁ ରଥାରୁଢ କରାଯାଇଛି । ରଥ ଉପରେ ଅଗଣିତ ଦର୍ଶକଙ୍କୁ ଦର୍ଶନ ଦେଉଛନ୍ତି ଚୁତୁର୍ଦ୍ଧା ମୂରତି । ରଥଯାତ୍ରା ପର ଦୁଇ ଦିନ ଅର୍ଥାତ ତୃତୀୟ ଓ ଚତୁର୍ଥୀ ତିଥିରେ ରଥଟଣା ବିଧି ରହିଛି । ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ପରଦିନ ଏଠାରେ ରଥଯାତ୍ରା ହୋଇଥାଏ ।