୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ କରିଛନ୍ତି । ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନ ପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରାଯାଇଥିଲା । ଶ୍ରୀରାମ ଜନ୍ମ ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଯାଇଥିଲା। ଏହା ପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହୀ କରାଇଥିଲେ ।ପରମ୍ପରା ମୁତାବକ ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ରହିଛି ।
ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ହୋଇଥିବା ମାଳ ମହାପ୍ରସାଦ ନେଇ ଏକ ପାଞ୍ଚଜଣିଆ ଟିମ କଟକ ଅଭିମୁଖେ ଯାତ୍ରା କରିଛନ୍ତି । କଟକ ଖପୁରିଆ ସ୍ଥିତ ସମିଲରେ ଆଜିର ପବିତ୍ର ରାମନବମୀ ତିଥିରେ ମାଳମହାପ୍ରସାଦ ଲାଗି ପରେ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ । ରଥ ତତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଏକ ଟିମ କଟକରେ ପହଁଚି ଚିରଟ ପ୍ରକ୍ରିୟାର ଅନୁକୂଳ କରିଛନ୍ତି | ତିନଟି ଧଉରା କାଠକୁ ଆଜିର ଦିନରେ ମାଳ ମହାପ୍ରସାଦ ଲାଗି କରାଯାଇ ଚିରଟ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି। ଗତ ସରସ୍ୱତୀ ପୂଜାରେ ରଥକାଠ ପୂଜାର୍ଚନା କରାଯାଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି ।ସେପଟେ ଚଳିତବର୍ଷ ସମୁଦାୟ 747ଖଣ୍ଡ ରଥକାଠର ଆବଶ୍ୟକତା ରହିଥିବା ବେଳେ 118ଖଣ୍ଡ କାଠ ବଳକା ରହିଛି।
ସେଥିରୁ କରତକଳରେ ସମୁଦାୟ 81ଖଣ୍ଡ କାଠ ଚିରଟ ପାଇଁ ପହଁଚିଥିବାର ହେବାର ସୂଚନା ରହିଛି ।ଏବଂ 104ଖଣ୍ଡ ରଥଖଳାରେ ପହଁଚିସାରିଛି । ଅବଶିଷ୍ଟ କାଠ ପର୍ଯ୍ୟାୟ କ୍ରମେ ପହଞ୍ଚିବା ସୂଚନା ଦେଇଛନ୍ତି ରଥକାଠ ତତ୍ୱାବଧାରକ ସୁଦର୍ଶନ ମେକାପ। ଆଜିର ପବିତ୍ର ଦିନରେ ଶ୍ରୀରାମ ଜନ୍ମତ୍ସଵ,ରଥକାଠ ଚିରଟ ଅନୁକୂଳ ସହ ଶ୍ରୀକ୍ଷେତ୍ରର ପାରମ୍ପରିକ ସାହିଯାତ ର ଆରମ୍ଭ ହେବାର ପରମ୍ପରା ରହିଆସିଛି । ଆଜି ପ୍ରଥମ ଦିନରେ କାଳିକାଦେବୀ ସାହିରୁ ରାମଲକ୍ଷ୍ମଣ ବେଶରେ ସଜ୍ଜିତ ହୋଇ ପହଞ୍ଚିବେ ସାହି ଭେଣ୍ଡିଆ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: