- ସମ୍ପୂର୍ଣ୍ଣ ବିପଦଶଙ୍କୁଳ ଅବସ୍ଥାରେ ରତ୍ନଭଣ୍ଡାର ଛାତ, ମରାମତି ନହେଲେ ଭୁଷୁଡି ଯିବାର ଭୟ !
- କାନ୍ଥରେ ଫାଟ ସହ ଶୁଭୁଥିଲା ଫମ୍ପା ଶବ୍ଦ
- ଛାତ ଓ କାନ୍ଥରୁ ପଥର ଝଡି ଚଟାଣରେ ପଡିଥିଲା
- କାନ୍ଥରୁ, ଛାତରୁ ଝରୁଥିଲା ପାଣି
ତେଣୁ ରତ୍ନଭଣ୍ଡାର ମରାମତି ଯଥାଶୀଘ୍ର ଆବଶ୍ୟକ ବୋଲି ୫ ବର୍ଷ ହେଲା କହି ଆସୁଛି ଏଏସଆଇ । ଯାହାକି ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ବି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଏଏସଆଇ ।
ଅନ୍ୟପଟେ ରତ୍ନଭଣ୍ଡାର ଖୋଲା ନଯିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ଆଇନଜୀବି ପିତାମ୍ବାର ଆଚାର୍ଯ୍ୟ । ୧୯୭୮ ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାରରେ ଥିବା ରତ୍ନ , ଅଳଙ୍କାର ଗୁଡିକର ଗଣତି ତଥା ଇନଭେଣ୍ଟରୀ ବା ତାଲିକା ପ୍ରସ୍ତୁତ କରିଥିଲେ ରାଜ୍ୟ ସରକାର । ଏହା ଭିତରେ ୪୫ ବର୍ଷ ବିତି ଗଲାଣି । କିନ୍ତୁ ଥରୁ ଟିଏ ହେଲେ ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗୁଡିକର ହିସାବ କରିନାହାନ୍ତି ସରକାର ।
ରତ୍ନଭଣ୍ଡାର ଚାବି ହଜିବା ପରେ ଠାକୁରଙ୍କ ଅଳଙ୍କାର ଚୋରି ହୋଇଥିବା ନେଇ ସୃଷ୍ଟି ହୋଇଛି ସନ୍ଦେହ । ତେବେ ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବା ପାଇଁ ସୁପାରିସ କରିଛନ୍ତି ଶ୍ରୀ ମନ୍ଦିର ପରିଚାଳନା କମିଟି । କିନ୍ତୁ ଆସନ୍ତା ବର୍ଷ ନିର୍ବାଚନ ଥିବାରୁ ଭୋଟ୍ ପରେ ରତ୍ନଭଣ୍ଡାର ଖୋଲିବାକୁ ବିଜେଡି ସରକାର ଯୋଜନା କରୁଛି ବୋଲି ଅଭିଯୋଗ କରିଛନ୍ତି ପିତାମ୍ବାର ।
ରତ୍ନ ଭଣ୍ଡାରରେ ମହାପ୍ରଭୁଙ୍କ ମହଣ ମହଣ ଅଳଙ୍କାର ସୁରକ୍ଷିତ ଅଛି ତ ? ଚାବି ହଜିବା ବେଳେ ଚୋରି ହୋଇଯାଇନି ତ ମହାପ୍ରଭୁଙ୍କ ସମ୍ପତ୍ତି ? ତେବେ ପରିଚାଳନା କମିଟିର ସୁପାରିଶକୁ ଗ୍ରହଣ କରିବେ କି ରାଜ୍ୟ ସରକାର । ଯଦି ଗ୍ରହଣ କରିବେ ତେବେ ଖାଲି ମରାମତି ହେବ ନା ରତ୍ନ ଗଣିତ କରି ସରକାର ସବୁ ସନ୍ଦେହ ଦୂର କରିବେ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
ଆହୁରି ପଢନ୍ତୁ ଓଡିଶା ଖବର...