ସେ ତାଙ୍କୁ ବିବାହ କରିବା ସହିତ ଅନ୍ୟ 4 ଜଣଙ୍କୁ ବିବାହ କରିଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ଏହା ବ୍ୟତୀତ ସେ ତାଙ୍କୁ ଶାରୀରିକ ନିର୍ଯାତନା ସହିତ ଅଶ୍ଳୀଳ ଗାଳି ଗୁଲଜ କରିବା, ଅଧିକ ଯୌତୁକ ଦାବି ଓ ଜୀବନରୁ ମାରିଦେବା ଭଳି ଧମକ ଦେଉଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ସେ ସମ୍ବଲପୁର ଜିଲ୍ଲା ଘୁମୁସର ଗାଁର ଗୋପୀନାଥ କିସନଙ୍କ ସହିତ ମେଟ୍ରୋମାନି ଜରିଆରେ ସହିତ ସମ୍ପର୍କ ଯୋଡିଥିଲେ । ଉଭୟ ପରିବାରଙ୍କର ନିଷ୍ପତ୍ତି ଅନୁସାରେ ଗତବର୍ଷ ଫେବୃଆରୀ 5 ତାରିଖରେ ଝାରସୁଗୁଡାସ୍ଥିତ ଝଡେଶ୍ଵର ମନ୍ଦିରରେ ଉଭୟଙ୍କର ବିବାହ ହୋଇଥିଲା । କିନ୍ତୁ ଉଭୟଙ୍କ ବୈବାହିକ ଜୀବନରେ ମାତ୍ର ପାଞ୍ଚ ମାସ ପରେ ତିକ୍ତତା ଦେଖା ଦେଇଥିଲା ।
ଏଣୁ ଯୌତୁକ ନିର୍ଯାତନା ଅଭିଯୋଗ କରି ସୁନିତା କିଷାନ ଗତବର୍ଷ ଜୁନ 28ରେ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ସୁନିତା ସ୍ଵାମୀଙ୍କ ପ୍ରକୃତ ଚେହେରା ଜାଣିପାରିଥିଲେ । ପରେ ସେ ତାଙ୍କର ଚତୁର୍ଥ ସ୍ତ୍ରୀ ବୋଲି ଜାଣିପାରି ସହ ପାରିବାରେ ଗତକାଲି ଥାନାରେ ଏତଲା ଦେଇଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...