କମ୍ପୁଛି ପଦମପୁର ନିର୍ବାଚନ ମଇଦାନ। ଦେଖିବାକୁ ମିଳିଛି ଜୋରଦାର ପ୍ରଚାର। ସବୁ ଦଳ ନିଜ ନିଜ ଏଜେଣ୍ଟାକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି। କିଏ ଜିତିବ କିଏ ହାରିବ ତାହା ତ ସମୟ କହିବ କିନ୍ତୁ ସବୁ ଦଳ ନିଜ ନିଜ ପ୍ରୟାସ ଜାରି ରଖିଛନ୍ତି।
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ପଦ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟା। ମୁଁ ଏଇଠି ଥିଲି, ଏଇଠି ରହିବି। ଏଠି ଜନ୍ମ ହେଇଛି, ଏଇଠି ମରିବି। ପୂର୍ବରୁ ଗନ୍ଧମାର୍ଦ୍ଦନ ପର୍ବତ ପାଇଁ ଲଢେଇ କରିଥିଲି। ଏବେ ଲୋକଙ୍କ ପାଇଁ ଲଢେଇ କରିବି। ମୋ ଉପରେ ଆକ୍ରମଣ କଲେ ବିଜେଡି ଗୁଣ୍ଡା। ମନ୍ତ୍ରୀ ନବ ଦାସ, ଶୁଶାନ୍ତ ସିଂ ମୋ ଉପରେ ଆକ୍ରମଣ ପାଇଁ ଉଦ୍ୟମ କରୁଛି। ଯେପର୍ଯ୍ୟନ୍ତ ମା ମାନଙ୍କର ଆଶୀର୍ବାଦ ଅଛି। ମତେ କେହି ହରେଇ ପାରିବେନି। ମତେ ଆପଣମାଆଙ୍କର ଆଶୀର୍ବାଦ ଦରକାର ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ।