ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଦଶହରାରେ ସୁଭଦ୍ରା ଭେଟି......ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ଘୋଷଣା । ଅକ୍ଟୋବର ୯ରେ ଖାତାକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା.....ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିବେ ଟଙ୍କା । ୪୦ଲକ୍ଷରୁ ଅଧିକ ମହିଳା ପାଇବେ ସୁଭଦ୍ରା ଟଙ୍କା । ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଆବେଦନ କରିଥିବା ମହିଳା ପାଇବେ ଟଙ୍କା
2.ପ୍ରଧାନମନ୍ତ୍ରୀଙ୍କ 'ମନ୍ କି ବାତ୍' କାର୍ଯ୍ୟକ୍ରମ......ଦେଶବାସୀଙ୍କ ସହ କଥା ହେଉଛନ୍ତି ମୋଦି । ୧୧୪ତମ ଅଧ୍ୟାୟରେ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା.....ଦେଶବ୍ୟାପୀ ଚାଲିଥିବା ସ୍ବଚ୍ଛତା ଅଭିଯାନ ଉପରେ ଗୁରୁତ୍ବାରୋପ କରିଛନ୍ତି ମୋଦି..... ଆସନ୍ତା ଅକ୍ଟୋବର ୨ ତାରିଖରେ ସ୍ବଚ୍ଛ ଭାରତ ଅଭିଯାନକୁ ୧୦ ବର୍ଷ ପୁରୁଛି ବୋଲି କହିଛନ୍ତି ମୋଦି.....ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ ରେ ମୟୂରଭଞ୍ଜ ଜିଲ୍ଲାର ରାମଜିତ୍ ଟୁଡୁଙ୍କୁ ପ୍ରଶଂସା କରିଛନ୍ତି
3. ଯାଜପୁରର ବଡ଼ଚଣାରେ ବିଜେପିର ସଦସ୍ୟତା ଅଭିଯାନରେ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ......24 ବର୍ଷର ବିଜେଡି ସରକାର ମାଁଙ୍କ ସମ୍ମାନ କଥା କହୁଥିଲେ କିନ୍ତୁ ମହିଳାଙ୍କ ଉପରେ ଅତ୍ୟାଚାର ହେଉଥିଲା, ଯାଜପୁର ସ୍ମିତାରାଣୀ ହତ୍ୟାକାଣ୍ଡର ତଦନ୍ତ ହେବ ଦୋଷୀଙ୍କୁ ଛଡ଼ା ଯିବ ନାହିଁ.....ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ
4. ଭରତପୁର ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା, ଆଜି ଗୁଜରାଟ ଗାନ୍ଧିନଗର ଯିବ କ୍ରାଇମବ୍ରାଞ୍ଚ ଟିମ୍. ନିଲମ୍ବିତ ଥାନା ଅଧିକାରୀଙ୍କ ସମେତ 5 ନିଲମ୍ବିତ ପୋଲିସ କର୍ମଚାରୀ ଯିବେ ଗୁଜରାଟ...ଦୀନକୃଷ୍ଣ ମିଶ୍ରଙ୍କର ଲାଏ ଡିଟେକ୍ସନ, ବ୍ରେନ ମ୍ୟାପିଂ, ନାର୍କୋ ଟେଷ୍ଟ ସହ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
5. ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟକୁ ନେଇ ଭଦ୍ରକରେ ହୋଇଥିବା ଉତ୍ତେଜନା ଘଟଣା। ଭଦ୍ରକରେ ଲାଗି ରହିଥିବା ଉତ୍ତେଜନାକୁ କାବୁ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି.....ପୁରୁଣା ବଜାର ଏବଂ ଧାମନଗର ଏନଏସସି ଓ ଆଖପାଖ ଅଞ୍ଚଳରେ 163 ଧାରା ବଳବତ୍ତର ରହିଛି....ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଭଦ୍ରକ ସହରରେ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛି
୬- ତାମିଲନାଡୁର ଏମ.କେ ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇଛି। ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଛି। ଏଥିସହ ସେଣ୍ଟିଲ ବାଲାଜୀଙ୍କୁ ପୁଣି ମନ୍ତ୍ରୀ କରାଯାଇଛି
୭- ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିଯାଇଥିଲା....ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି
୮- ଦିଲ୍ଲୀରେ ମଦ ମାଫିଆଙ୍କ ଆତଙ୍କରାଜ....ପୋଲିସ କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା କଲେ ମଦ ମାଫିଆ.... ମଦ ଗାଡ଼ି ଅଟକାଇବାରୁ ଗାଡି ଚଢାଇ ଫେରାର ହୋଇଯାଇଛନ୍ତି ମାଫିଆ.... କାରକୁ ଜବତ କରି ତଦନ୍ତ କରୁଛି ଦିଲ୍ଲୀ ପୋଲିସ
୯- ଦୁବାଇର ଆବୁ ଧାବିରେ ଆୟୋଜିତ ଆଇଫା ଉତ୍ସବ ୨୦୨୪ରେ ଶାହରୁଖଙ୍କୁ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ସିନେମା ଅଭିନେତ୍ରୀ ଭାବେ ରାଣୀ ମୁଖାର୍ଜୀଙ୍କ ସମ୍ମାନୀତ କରାଯାଇଛି
୧୦- ଆସନ୍ତା ୬ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା.....ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ତାଙ୍କ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବାର ଦିନକ ପରେ ରବିବାର ରାଜ୍ୟପାଳ ଆର୍.ଏନ୍. ରବି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ଏହା କେବଳ ଏକ ପଦବୀ ନୁହେଁ, ଅତିରିକ୍ତ ଦାୟିତ୍ୱ ବୋଲି ଉଦୟନିଧି କହିଛନ୍ତି। କ୍ୟାବିନେଟ ସମ୍ପ୍ରସାରଣକୁ ଭାଜପା ସମାଲୋଚନା କରିଥିବା ବେଳେ, ଉଦୟନିଧି ନିଜ କାର୍ଯ୍ୟ ଜରିଆରେ ସମାଲୋଚନାର ଜବାବ ଦେବେ ବୋଲି କହିଛନ୍ତି।
ଭି. ସେନ୍ଥିଲ ବାଲାଜୀ ପୁନର୍ବାର ମନ୍ତ୍ରିମଣ୍ଡଳକୁ ଫେରିଥିବାବେଳେ ତାଙ୍କୁ ବିଦ୍ୟୁତ୍ ଏବଂ ଅବକାରୀ ବିଭାଗ ମିଳିଛି। ସେହିପରି ଡ. ଗୋଭି ଚେଝିଆନ୍ଙ୍କୁ ଉଚ୍ଚଶିକ୍ଷା ଏବଂ ଆର୍. ରାଜେନ୍ଦ୍ରନ୍ଙ୍କୁ ପର୍ଯ୍ୟଟନ ବିଭାଗ ଦିଆଯାଇଛି। ନୂଆ ମନ୍ତ୍ରୀମାନେ ରାଜଭବନରେ ଶପଥ ଗ୍ରହଣ କରିଛନ୍ତି। ଏସ୍.ଏମ୍. ନାସାର ସଂଖ୍ୟାଲଘୁ କଲ୍ୟାଣ ଏବଂ ପ୍ରବାସୀ ତାମିଲ କଲ୍ୟାଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୂର୍ବରୁ ସେ ଷ୍ଟାଲିନ୍ଙ୍କ କ୍ୟାବିନେଟରେ ଦୁଗ୍ଧ ଓ ଡେଏରି ବିଭାଗ ମନ୍ତ୍ରୀ ଥିଲେ। ଶପଥ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: କୋଲକାତାରେ ୧୫୦ ବର୍ଷର ଟ୍ରାମ୍ ସେବା ବନ୍ଦ ହେବାକୁ ଯାଉଛି। ଟ୍ରାଫିକ୍ ଭିଡ଼ ହ୍ରାସ ଏବଂ ଦ୍ରୁତ ପରିବହନ ମାଧ୍ୟମ ପ୍ରଚଳନ ପାଇଁ ପଶ୍ଚିମବଙ୍ଗ ସରକାର କୋଲକାତାର ଟ୍ରାମ୍ ସେବାକୁ ବନ୍ଦ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି।
ନିଷ୍ପତ୍ତି ଅନୁଯାୟୀ ଐତିହାସିକ ଟ୍ରାମ୍ ସେବା କେବଳ ଏସ୍ପ୍ଲାନେଡ୍ରୁ ମଇଦାନ ରୁଟ୍ ବ୍ୟତୀତ କୋଲକାତାର ଅନ୍ୟ ସବୁ ରୁଟ୍ରେ ବନ୍ଦ ହେବ। ସରକାଙ୍କ ଏଭଳି ନିଷ୍ପତ୍ତିରେ ଅନେକ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଟ୍ରାଫିକ ଭିଡ଼ ପାଇଁ ଟ୍ରାମ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ସେମାନେ କହିଛନ୍ତି। ଟ୍ରାମ୍ ଶସ୍ତା ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ହୋଇଥିବାରୁ ଏହାକୁ ବନ୍ଦ କରାଯିବା ଉଚିତ ନୁହେଁ। ଏହା କୋଲକାତା ଜନସାଧାରଣ ବିଶେଷ କରି ଗରିବଙ୍କ ପାଇଁ ଜୀବନରେଖା ସଦୃଶ ଥିଲା ବୋଲି ଯାତ୍ରୀମାନେ କହିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇବାକୁ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇଂ ଷ୍ଟାରଲାଇନ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବାରୁ ଗତ ୬ ଜୁନ ୨୦୨୪ରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସିରହିଛନ୍ତି ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ
ଦୀର୍ଘ ଦିନ ଧରି ମହାକାଶରେ ଫସି ରହିଥିବା ମହାକାଶଚାରୀ ସୁନୀତାଙ୍କୁ ଫେରାଇ ଆଣିବା ପାଇଁ କ୍ରୁ-୯ ଅଭିଯାନ ଆରମ୍ଭ ହୋଇଛି। ଫ୍ଲୋରିଡାର କେପ୍ କାନାଭେରାଲ ସ୍ପେସ୍ ସେଣ୍ଟରରୁ ନାସାରା କ୍ରୁ-୯ ସଫଳତାର ସହ ଉତ୍କ୍ଷେପଣ ହୋଇଥିବା ନେଇ ସୂଚନା ଦେଇଛି ନାସା । ଆସନ୍ତା ୩୦ ତାରିଖରେ ରତୀୟ ସମୟ ଭୋର ୩ଟା ସମୟରେ ଏହି ଯାନ ଇଣ୍ଟରନାସନାଲ ସ୍ପେଶ ଷ୍ଟେସନରେ ଓହ୍ଲାଇବ ।
ନାସା ମହାକାଶଚାରୀ ନିକ୍ ହେଗ୍ ଏହି ମିଶନର ନେତୃତ୍ୱ ନେଉଥିବାବେଳେ ରୁଷିଆର ରସ୍କୋସ୍ମୋସ୍ ମହାକାଶଚାରୀ ଆଲେକସାନ୍ଦ୍ର ଗୋର୍ବୁନୋଭ ମିଶନ ସ୍ପେଶାଲିଷ୍ଟ ଭାବେ ତାଙ୍କୁ ସହଯୋଗ କରିବେ। ଆସନ୍ତା ବର୍ଷ ଫେବୃଆରୀରେ ହେଗ୍ ଓ ଗୋର୍ବୁନୋଭଙ୍କ ସହ ସୁନୀତା ଓ ବୁଚ୍ ମଧ୍ୟ ଡ୍ରାଗନ୍ କ୍ୟାପସୁଲ ଯୋଗେ ପୃଥିବୀ ଫେରି ଆସିବେ। ଏହା ସହ କ୍ରିଉ-୯ ମିଶନ ଶେଷ ହେବ ବୋଲି ନାସା ସୂଚନା ଦେଇଛି। ତେବେ କ୍ରୁ- ୯ ଆସିବା ପୂର୍ବରୁ କୌଣସି ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ କ୍ରୁ-୮ କ୍ରାଡଗ୍ କ୍ୟାପସୁଲ ବ୍ୟବହାର କରାଯିବ ବୋଲି କହିଛି ନାସା ।
ଅଧିକ ପଢ଼ନ୍ତୁ ଓଡିଶା ଖବର...