ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିଲେ । ଆଜି ଗାଁ ଜଙ୍ଗଲ ଲୋକେ ମହୁଲ ଗୋଟେଇବା ପାଇଁ ଯିବା ସମୟରେ ନିର୍ମଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ନିର୍ମଳ ବେକରେ ନିଜେ ପିନ୍ଧିଥିବା ଲୁଙ୍ଗିକୁ ବାନ୍ଧି ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଗାଁ ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ଶବକୁ ଉଦ୍ଧାର କରି ତଦନ୍ତ ଚଳାଇଛି ।
ମାର୍ଚ୍ଚ 10ରେ ବିବାହ କରିଥିଲେ, ହେଲେ...

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧିନସ୍ଥ କାଳିମାଟି ଗାଁ ଜଙ୍ଗଲରୁ ଆଜି ସକାଳୁ ସକାଳୁ ଏକ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ କାଳିମାଟି ଗାଁର ନିର୍ମଳ ସାହୁ । ନିର୍ମଳ ଗତ ମାର୍ଚ୍ଚ ୧୦ରେ ବିବାହ କରିଥିଲେ । ୧୩ ମାର୍ଚ୍ଚରେ ତାଙ୍କର ଚତୁର୍ଥୀ ସରିଥିଲା । ଚତୁର୍ଥୀ ପରଦିନ ୧୪ ମାର୍ଚ୍ଚ ଗତକାଲି ସକାଳୁ ତାଙ୍କ ବଗିଚାକୁ ପିଆଜ ଆଣିବାକୁ ଯାଉଛି କହି ଘରୁ ଆସି ଆଉ ଘରକୁ ଫେରିନଥିଲେ ।
Download Argus News App
