NVS-୦୧ର ସଫଳ ଉତ୍କ୍ଷେପଣ
ନିଜ ଝିଆରୀକୁ ଦୁଷ୍କର୍ମ ଉଦ୍ୟମ କରି ବଡ଼ବାପା ଗିରଫ
କେନ୍ଦ୍ରାପଡ଼ା: ପୁଣି ଲଜ୍ଜା । ନିଜ ଝିଆରୀକୁ ଦୁଷ୍କର୍ମ ଉଦ୍ୟମ କଲା ବଡ଼ବାପା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଘଟିଛି ଏଭଳି ଏକ ଲଜ୍ଜାଜନକ ଘଟଣା ।
ବିଳମ୍ବିତ ରାତିରେ ବିବାହିତା ଝିଆରୀ ଶୋଇଥିବା ବେଳେ ପିଶାଚ ବଡ଼ବାପା ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭିଯୋଗ ପାଇ ପୋଲିସ ସୈତାନ ବଡ଼ବାପାକୁ ଗିରଫ କରିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ପଟାମୁଣ୍ଡାଇ ଅଞ୍ଚଳରେ ଥିବା ନିଜ ଶାଶୁ ଘରୁ ଗତକାଲି ନିଜ ବାପ ଘରକୁ ଆସିଥିଲେ ମହିଳା । ମହିଳାଙ୍କ ବାପ ଘର ମହାକାଳପଡ଼ା ଅଞ୍ଚଳରେ । ତେବେ ଘରେ ଶୋଇଥିବା ବେଳେ ନିଜ ବଡ଼ବାପା ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ମହିଳା ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।
Download Argus News App
