ଅଧିକ ପଢନ୍ତୁ ଓଡ଼ିଶା ଖବର
ରଜ ଉତ୍ସବକୁ ଅଧିକ ଆକର୍ଷଣୀୟ ଏବଂ ଆନନ୍ଦଦାୟକ କରିବା ଲାଗି ଟ୍ରେଣ୍ଡ୍ସ ଏହାର ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ଏକ ବିଶେଷ ଅଫର ଆଣିଛି । ଯେଉଁ ଗ୍ରାହକମାନେ ୩୯୯୯ ଟଙ୍କା ଏବଂ ଅଧିକ ମୂଲ୍ୟର କିଣାକିଣି କରିବେ ସେମାନେ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇବେ । ଏଥିସହିତ ସେହି ଗ୍ରାହକମାନଙ୍କୁ ୨୦୦୦ ଟଙ୍କା ମୂଲ୍ୟର କୁପନ ବି ପ୍ରଦାନ କରାଯିବ । ଏଥିସହିତ ଗ୍ରାହକମାନେ ସ୍ୱତନ୍ତ୍ର ରଜ ରାଜକୁମାରୀ ପ୍ରତିଯୋଗିତାରେ ଭାଗ ନେଇ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପାଇପାରିବେ ।
ରଜ ପର୍ବ ଅବସରରେ ଟ୍ରେଣ୍ଡ୍ସ ଏହାର ଗ୍ରାହକମାନଙ୍କୁ ‘ସ୍ପିନ୍ ଟୁ ୱିନ’ ଖେଳିବା ଏବଂ ଟ୍ରେଣ୍ଡ୍ସ ସହିତ ସେମାନଙ୍କର ରଜ ଲୁକ୍ ସେୟାର କରିବା ସୁଯୋଗ ଆଣିଛି । ଗ୍ରାହକମାନେ ‘ସ୍ପିନ୍ ଟୁ ୱିନ’ ଖେଳିପାରିବେ କିମ୍ବା ସେମାନଙ୍କ ରଜ ଲୁକ୍ ଆବେଦନ (ଏଂଟ୍ରି) ଗୁଡ଼ିକୁ www.trendsrajarajakumari.com ରେ ଦାଖଲ କରିପାରିବେ । ଗ୍ରାହକମାନେ ମଧ୍ୟ ସେମାନଙ୍କର ରଜ ଲୁକ୍, ସେଲିବ୍ରେସନ ଭିଡିଓ/ ରିଲ୍ଗୁଡ଼ିକୁ ସେମାନଙ୍କର ଫେସବୁକ୍ ଓ ଇନଷ୍ଟାଗ୍ରାମ ପେଜ୍ରେ #trendsrajarajakumari ହାସ୍ଟ୍ୟାଗ୍ ସହିତ ପୋଷ୍ଟ୍ କରିପାରିବେ ।
ଟ୍ରେଣ୍ଡ୍ସ ହିଁ ବାସ୍ତବରେ ଭାରତରେ ଫେସନକୁ ସବୁବର୍ଗର ଲୋକଙ୍କ ପାଖରେ ପହଂଚାଇଛି । ମେଟ୍ରୋଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟାଏର-୧, ଟାଏର-୨ ସହର ଏବଂ ଅନ୍ୟାନ୍ୟ ସ୍ଥାନର ଗ୍ରାହକଙ୍କ ନିକଟରେ ଟ୍ରେଣ୍ଡ୍ସ ପହଂଚି ଗ୍ରାହକଙ୍କ ସହିତ ସଂପର୍କ ମଜଭୁତ କରିଛି ଏବଂ ଭାରତର ଲୋକପ୍ରିୟ ଫେସନ ସ୍ଥଳୀରେ ପରିଣତ ହୋଇଛି ।
ଟ୍ରେଣ୍ଡ୍ସ ଷ୍ଟୋର୍ଗୁଡ଼ିକରେ ଆଧୁନିକତାର ସ୍ପର୍ଶ ରହିଛି । ଏଥିସହିତ ଗ୍ରାହକମାନଙ୍କ ପାଇଁ ଷ୍ଟୋରଗୁଡ଼ିକରେ ମନଲୋଭା ପରିବେଶ ଏବଂ ଆକର୍ଷଣୀୟ ରେଞ୍ଜର ଉତମ ମାନର ଫେସନ ସାମଗ୍ରୀ ଉପଲବ୍ଧ ରହଛି । ସ୍ଥାନୀୟ ଅଂଚଳର ଗ୍ରାହକମାନଙ୍କ ଆବଶ୍ୟକତା ଓ ପକେଟକୁ ଦେଖି ସୁଲଭ ମୂଲ୍ୟରେ ସାମଗ୍ରୀ ବିକ୍ରିର ବ୍ୟବସ୍ଥା ହୋଇଛି ଯାହାଦ୍ୱାରା ସେମାନେ ସେମାନଙ୍କ ଅର୍ଥର ସର୍ବୋତମ ମୂଲ୍ୟ ପାଇପାରିବେ ।
ଓଡ଼ିଶାର ଗ୍ରାହକମାନେ ଟ୍ରେଣ୍ଡ୍ସ ଷ୍ଟୋରଗୁଡ଼ିକରୁ ଟ୍ରେଣ୍ଡି ଓମେନ୍ସ ୱେର, ମେନ୍ସ ୱେର, କିଡ୍ସ ୱେର ବର୍ଗରେ ବିଭିନ୍ନ ସ୍ୱତନ୍ତ୍ର ପୋଷାକ ଓ ଫେସନ ଆସେସୋରିଜ ଆଦି ସର୍ବୋତମ ମୂଲ୍ୟରେ କିଣାକିଣି କରିବାର ଅନନ୍ୟ ଅନୁଭୂତି ପାଇପାରିବେ ।