ଅର୍ଗସ ବ୍ୟୁରୋ : ବହୁ ପ୍ରତିକ୍ଷିତ ହରିଦାସପୁର-ପାରାଦ୍ୱୀପ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହେବା ଉପରେ। ପରୀକ୍ଷାମୂଳକ ମାଲବାହୀ ଟ୍ରେନ୍ ଚଳାଚଳ ୩୧ ଜୁଲାଇ ୨୦୨୦ରୁ ଆରମ୍ଭ ହୋଇଥିଲା। ପାସେଞ୍ଜର (ଯାତ୍ରୀବାହୀ) ଟ୍ରେନ୍ ଚଳାଚଳ ନିମନ୍ତେ ଏହି ରେଳପଥର ଆଖପାଖ ଅଞ୍ଚଳର ଜନ ସାଧାରଣଙ୍କ ଉଚ୍ଚାଭୀଳାଷକୁ ପୂର୍ବ ତଟ ରେଳପଥ ପ୍ରଶଂସା କରୁଛି ।
ପୂର୍ବ ତଟ ରେଳପଥ ନିବେଦନ କରୁଛି ଯେ, ଏହି ରେଳପଥରେ ନିରାପଦ ଟ୍ରେନ୍ ଚଳାଚଳ କରିବାକୁ ହେଲେ ମାଲବାହୀ ଟ୍ରେନ୍ର ପରୀକ୍ଷାମୂଳକ ଚଳାଚଳ ବା ଟ୍ରାଏଲ୍ ରନ୍ ଏକାନ୍ତ ଆବଶ୍ୟକ । ପୂର୍ବ ତଟ ରେଳପଥ ଏଠାରେ ସୂଚାଇ ଦେବାକୁ ଚାହେଁ ଯେ, ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବା ନିମନ୍ତେ ବହୁ ନିରାପତ୍ତା ଭିତ୍ତିକ କାର୍ଯ୍ୟର ଆବଶ୍ୟକତା ରହିଛି ଏବଂ ଯାତ୍ରୀ ସୁବିଧା ଯୋଗାଣ କାର୍ଯ୍ୟ ମଧ୍ୟ କରାଯିବା ଆବଶ୍ୟକ । ପରୀକ୍ଷାମୂଳକ ମାଲ୍ବାହୀ ଟ୍ରେନ୍ ଚଳାଚଳ ହେଉଛି, ପାସେଞ୍ଜର ଟ୍ରେନ୍ ଚଳାଚଳ କରିବା ନିମନ୍ତେ ପ୍ରାଥମିକ ପଦକ୍ଷେପ ଏବଂ ଏଥି ନିମନ୍ତେ ଅତ୍ୟାବଶ୍ୟକୀୟ ନିରାପତ୍ତା କାର୍ଯ୍ୟ ଶେଷ କରିବା ସହ ଯାତ୍ରୀ ସୁବିଧା ଉପଲବ୍ଧ କରାଇବା । ଗତକାଲିପରି ମାଲବାହୀ ଟ୍ରେନ୍ର ଟ୍ରାଏଲ୍ ରନ୍କୁ ବାଧାପ୍ରାପ୍ତ କଲାଭଳି କାର୍ଯ୍ୟ ଯଦି କରାଯାଏ ତେବେ ଏହି ଲାଇନ୍ରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଫିଟ୍ ବା ଉପଯୁକ୍ତ କରାଯିବାର ସମସ୍ତ ପ୍ରଣାଳୀ ଭବିଷ୍ୟତରେ ଆହୁରି ବିଳମ୍ବ ଆଡ଼କୁ ଟାଣି ହୋଇଯିବ । ତେଣୁ, ନିକଟ ଭବିଷ୍ୟତରେ ଚଳାଚଳ କରିବାକୁ ଥିବା ପାସେଞ୍ଜର୍ ଟ୍ରେନ୍ ପାଇଁ ଏହି ରେଳପଥକୁ ଫିଟ୍ ବା ଉପଯୁକ୍ତ କରିବା ନିମନ୍ତେ ମାଲବାହୀ ଟ୍ରେନ୍ର ପରୀକ୍ଷାମୂଳକ ଚଳାଚଳକୁ ବାଧାପ୍ରାପ୍ତ ନକରି ସୁରୁଖୁରୁରେ ଯାତ୍ରା କରିବାକୁ ଦିଆ ଯିବାକୁ ପୂର୍ବ ତଟ ରେଳପଥ ଆପଣମାନଙ୍କୁ ନିବେଦନ କରୁଛି ।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।