ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୮ ମସିହା ବ୍ୟାଚ ଆଇପିଏସ୍ ତଥା ଓଡ଼ିଶା ମାନବାଧିକାର କମିଶନ ଏଡିଜି ବିନୟାନନ୍ଦ ଝା’ଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି । ରାଜ୍ୟ ସରକାର ପୂର୍ବରୁ ତାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତିରୁ ବଂଚିତ କରି ତାଙ୍କ ତଳେ ଥିବା ଅରୁଣ କୁମାର ରାୟଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଥିଲେ।
ସେହିପରି ୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଓଡ଼ିଶା ମାନବାଧିକାର କମିଶନ ଅତିରିକ୍ତ ଡିଜି(ଏଡିଜି) ଭାବେ ବଦଳି କରାଯାଇଛି। ସେହିପରି ୨୦୦୩ ବ୍ୟାଚ୍ ଆଇପିଏସ୍ କେ. ସଫିନ୍ ଅହମ୍ମଦଙ୍କୁ ଅଗ୍ନିଶମ ସେବା ଓ ହୋମଗାର୍ଡ ଆଇଜି ଭାବେ ବଦଳି କରାଯାଇଛି । ସଫିନ୍ ଏବେ ଟେକନିକାଲ ଆଇଜି ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ୨୦୧୩ ବ୍ୟାଚ୍ ଆଇପିଏସ୍ ତଥା କ୍ରାଇମବ୍ରାଂଚ ଏସପି ଏଲ୍. ଦିବ୍ୟା ଭିଙ୍କୁ ଢେଙ୍କାନାଳ ପୁଲିସ ଏସପି ଭାବେ ବଦଳି କରାଯାଇଛି ।