୧ ଲକ୍ଷ ୨୯ ହଜାର ୪୯୭ ଜଣ ଭୋଟର ପୁରୁଷ ହୋଇଥିବା ବେଳେ, ୧ ଲକ୍ଷ ୨୭ ହଜାର ୯୬୫ ଜଣ ମହିଳା ଭୋଟର ରହିଛନ୍ତି।ପ୍ରତ୍ୟେକ ବୁଥରେ ଇଭିଏମ୍ ମେସିନ ସହ ଗୋଟିଏ ପ୍ରିଜାଇଡିଂ ଅଫିସର, ୩ ଟି ପୋଲିଂ ଅଫିସର ଓ ଜଣେ ଲେଖାଏ ପୋଲିସ ନିୟୋଜିତ କରାଯାଇଛି। ଇଥର ପଦ୍ମପୁର ଉପନିର୍ବାଚନ ଭୋଟ୍ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ।
୮ରେ ଆସିବ ଫଳାଫଳ

ବରଗଡ: ଡିସେମ୍ବର ୫ ତାରିଖରେ ଭୋଟ୍ ଦେବ ପଦମପୁର। ଯାହାର ଫଳାଫଳ ଆସନ୍ତା ଡିସେମ୍ବର ୮ ତାରିଖରେ ଘୋଷଣା କରାଯିବ । ସମସ୍ତ ପ୍ରାର୍ଥୀମାନେ ପ୍ରଚାର ଜୋରଦାର କରିଥିବା ବେଳେ, ତିନି ପ୍ରମୁଖ ରାଜନୈତିକ ଦଳ ଘରକୁ ଘର ଯାଇ ଭୋଟ୍ ମାଗିଛନ୍ତି। । ୧୦ ଜଣ ପ୍ରାର୍ଥୀଙ୍କ ନାମ ବାଲାଟ୍ ପେପରରେ ରହିବ । ଯାହାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୫୭ ହଜାର ୪୭୪ ଜଣ ଭୋଟର ।
Download Argus News App
