ଆଜି କଟକ ଓସିଏ କନଫରେନ୍ସ ହଲରେ ଆୟୋଜିତ ଅବସର ପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ସଂଘ ବୈଠକରେ ଏହି ତମାମ ଦିଗରେ ଆଲୋଚନା ହୋଇଛି ।
କିପରି ପୋଲିସ ଓ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ , ସାହି ମୁରବି ଓ ପୂଜା କମିଟି ସହ ଉତ୍ତମ ବୁଝାମଣା ରହିବ ତାହା ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହାସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଯେପରି କ୍ୟାନ୍ସର ସଚେତନତା ପ୍ରୋଗ୍ରାମ, ବୃକ୍ଷ ରୋପଣ , ଟ୍ରାଫିକ ସଚେତନତା ଓ ରକ୍ତ ଦାନ ଭଳି ମହତ ଦିଗକୁ କିପରି କଲ୍ୟାଣ ସମିତି ଆଗମୀ ଦିନରେ ସମାଜରେ କାର୍ଯ୍ୟକାରୀ କରିପାରିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି ।
ମୁଖ୍ୟ ଅତିଥି ଭାବରେ ଓଡିଶା ଲୋକ ସେବା ଆୟୋଗ ଅଧକ୍ଷ ସତ୍ୟଜିତ ମହାନ୍ତି, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକର ଅନ୍ୟାନ୍ୟ ବରିଷ୍ଠ ଅବସର ପ୍ରାପ୍ତ ପୋଲିସ ଅଫିସର ଏହି ବୈଠକରେ ଉପସ୍ଥିତ ଥିଲେ ।