ଖୋର୍ଦ୍ଧା : ପ୍ରେମରୁ ପ୍ରତିଶୋଧ। ପ୍ରେମିକା ସହ ବିତାଇଥିବା ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ କଲେ ପ୍ରେମିକ। ପ୍ରେମରୁ ବିଫଳ ହେବା ପରେ ହତାଶ ହୋଇ ପ୍ରେମିକାର ନଗ୍ନ ଫଟୋ ଓ ଭିଡିଓ ଭାଇରାଲ କରିଥିବା ପଛାଇ ନାହାନ୍ତି ପ୍ରେମିକ। ତେବେ ଏହି ଭାଇରାଲ ପରେ ପ୍ରେମିକା ଜଣକ ଲୋକଲଜ୍ଜା ସହିନପାରି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ତେବେ ଏହି ଘଟଣାର ତଦନ୍ତ କରି ହତାଶ ପ୍ରେମିକ ଏବଂ ଏଥିରେ ସହଯୋଗ କରୁଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଦେଖିବାକୁ ମିଳିଛି। ଏନେଇ ବାଲୁଗାଁ ଏସଡିପିଓ ଟାଙ୍ଗୀ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ନରମାନବୀ ଗ୍ରାମର ଜୈନିକା ଯୁବତୀଙ୍କୁ ଜଙ୍କିଆ ଥାନା ଅଚ୍ୟୁତପୁର ଗ୍ରାମର ଶକ୍ତି ପ୍ରସାଦ ପାତ୍ର ନିଜ ପ୍ରେମ ଜାଲରେ ଫସାଇ ପ୍ରେମକା ସହ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡିଓ ଉତ୍ତୋଳନ କରିବା ଏବଂ ପ୍ରେମ ସମ୍ପର୍କ ଛିନ୍ନ ହେବା ପରେ ପ୍ରେମକାକୁ ବ୍ଲାକମେଲିଂ କରିବା ଘଟଣା ସମ୍ପର୍କରେ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଥିଲା।
ଟାଙ୍ଗୀ ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ନିଜେ ଏହାର ତଦନ୍ତ ଆରମ୍ଭ କରିଥିଲେ। ପରେ ମୁଖ୍ୟ ଅଭିଯୁକ୍ତ ଶକ୍ତି ପ୍ରସାଦ ପାତ୍ର ଏବଂ ତାହାର ସହଯୋଗୀ କାହ୍ନା ସ୍ୱାଇଁକୁ ପୋଲିସ ଗିରଫ କରିଛି।