ଏହି ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବାକୁ ଥିବା 16 ଟି ଫିଲ୍ମ ଗୁଡିକ ମଧ୍ୟରୁ ଦୁଇଟି ଫିଲ୍ମକୁ ବାଦ ଦେବା ପାଇଁ ବିଶ୍ୱବିଦ୍ୟାଳୟର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସେହି ଫିଲ୍ମ ଦୁଇଟି ହେଲା ଗେ ଇଣ୍ଡିଆ ମାଟ୍ରିମୋନି ଓ ହଦ ଅହଦ । ଯାହାକୁ ବାଦ୍ ଦେବାପାଇଁ ଗୋଟିଏ ଛାତ୍ର ଗୋଷ୍ଠୀ ବିରୋଧ କରିଥିଲା । ଯାହାକୁ ନେଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଉକ୍ତ ଫେଷ୍ଟିଭାଲକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।
ଯାହାକୁ ବିରୋଧ କରି ଫିଲ୍ମ ଫେଷ୍ଟିଭାଲ ଆୟୋଜକ ବିଶ୍ଵବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏହି ଦୁଇଟି ଫିଲ୍ମକୁ ବାଦ ଦେଇ ଫେଷ୍ଟିଭାଲକୁ ଦୁଇ ଦିନରେ ସୀମିତ ରଖିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି । ଅନ୍ୟପଟେ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ହେବାକୁ ଥିବା ଫିଲ୍ମ ଭାରତୀୟ ସଂସ୍କୃତି, ପରମ୍ପରା, କୌଣସି ଧର୍ମ କିମ୍ବା ଜାତି ବିରୋଧୀ ନୁହେଁ ବୋଲି ଆୟୋଜକ କହିଛନ୍ତି ।