ପରେ ତହସିଲଦାର ସଜନାଗଡ଼ ଆରଆଇ କେ. ସନ୍ତୋଷ କୁମାରଙ୍କୁ ଘଟଣାସ୍ଥଳ ପରିଦର୍ଶନ କରିବାକୁ ପଠାଇଥିଲେ । ପରେ ଆରଆଇ ପରିଦର୍ଶନ କରି ଫେରିବା ସମୟରେ ତାଙ୍କ ସାର୍ଟ ଖୋଲି ନିର୍ଧୁମ ମାଡ଼ ମାରିବା ସହ ମୋବାଇଲ ଛଡାଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ତାଙ୍କର କାନ୍ଧ ହାତରେ ଗଭୀର ଆକ୍ରମଣ ହୋଇଥିବା ବେଳେ ଏହାପରେ ସେ ଦୌଡ଼ି ପଳାଇ ଆସିଥିଲେ । ଘଟଣା ସାମ୍ନାକୁ ଆସିଵାପରେ ତହସିଲଦାର ଘଟଣାକୁ ଗୁରୁତର ସହ ନେଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଥିବା ବେଳେ ପୋଲିସ ମଧ୍ୟ ଅଭିଯୋଗ ପାଇ ତଦନ୍ତ କରୁଛି ।
ନୀଳଗିରି ଅଞ୍ଚଳରେ ବଢି ଚାଲିଛି ଚୋରା ପଥର ମାଫିଆଙ୍କ ଦ୍ୱାରାତ୍ମ୍ୟ

ଅର୍ଗସ ବ୍ୟୁରୋ : ଚୋରା ପଥର ଖାଦାନକୁ ତଦନ୍ତରେ ଯାଇଥିବା ନୀଳଗିରି ତହସିଲ ଅଧିନ ସଜନାଗଡ଼ ଆର ଆଇ କେ. ସନ୍ତୋଷ କୁମାରଙ୍କୁ ପଥର ମାଫିଆଙ୍କ ମାଡ଼ ଅଭିଯୋଗ ହୋଇଛି । ନୀଳଗିରି ତହସିଲ ଅଧିନ ବାଘମରା ଅଞ୍ଚଳରେ ଘଟଣା । ନୀଳଗିରି ଅଞ୍ଚଳରେ ବଢି ଚାଲିଛି ଚୋରା ପଥର ମାଫିଆଙ୍କ ଦ୍ୱାରାତ୍ମ୍ୟ । ଆଜି ଜଣେ ଆରଆଇଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବାର ନୀଳଗିରି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ନୀଳଗିରି ତହସିଲ ଅଧିନ ବାଘମରା ଅଞ୍ଚଳରେ ଚୋରା ପଥର ବ୍ଲାଷ୍ଟଙ୍ଗ କରି ଚୋରାରେ ପଥର ଚୋରି ହେଉଥୁବା ନେଇ ତହସିଲଦାରଙ୍କୁ ସୂଚନା ଆସିଥିଲା ।
Download Argus News App
