ସେପଟେ ତିନି ଧରି ସରଗରମ ରହିବ ରାଜ୍ୟ ରାଜନୀତି । ଆଇନଶୃଙ୍ଖଳା ବନାମ କେନ୍ଦ୍ରୀୟ ଅବହେଳାକୁ ନେଇ କମ୍ପିବ ଗାଁ ଠୁ ସହର । ନବଦାସ ହତ୍ୟାକାଣ୍ଡ, ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଆସିଥିବା ପ୍ରତାରଣା ଓ ସେକ୍ସ ରୀକ୍ୟାଟେ ଚଳାଇବା ଅଭିଯୋଗ, ବାଲେଶ୍ବରରେ ଉପଜିଲ୍ଲାପାଲଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଭଳି ଅନେକ ପ୍ରସଙ୍କ ନେଇ ରାଜ ରାସ୍ତାକୁ ଓହ୍ଲାଇବ ବିଜେପି । 14 ତାରିଖ ଅର୍ଥାତ ଆସନ୍ତା କାଲି ଭୁବନେଶ୍ବରରେ ପ୍ରତିବାଦ, 15 ରେ ରାଜ୍ୟର ସମସ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ ଆଉ 16ରେ ରାଜଭବନ ସାମ୍ନାରେ ଧାରଣା ଦେବ ଦଳ । ଅନ୍ୟପଟେ ବିଜେପି କୁ କାଉଣ୍ଟର କରିବାକୁ କେନ୍ଦ୍ରୀୟ ଅବହେଳା ଅଭିଯୋଗରେ ବି ତିନି ଦିନିଆ ଆନ୍ଦୋଳନ ଡାକରା ଦେଇଛି ବିଜେଡି । 14 ରେ ରାଜଭବନ ଆଗରେ ଧାରଣା ଓ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର, 15 ରେ ପଂଚାୟତ ଅଫିସ ଆଗରେ ଆନ୍ଦୋଳନ ଆଉ16ରେ ବ୍ଲକ ଅଫିସ ଆଗରେ ବିକ୍ଷୋଭ କରିବ ଦଳ ।
ଅଧିକ ପଢନ୍ତୁ: ଅନ୍ୟ ଉପରେ ଦୋଷ ଲଦି ଚାଷୀଙ୍କୁ ପ୍ରତାରିତ କରୁଛି ବିଜେଡି
ଗରିବ ଲୋକଙ୍କୁ ମିଳୁଥିବା ଚାଉଳର ବର୍ତ୍ତମାନ ଦାମ 37 ଟଙ୍କାରେ ପହଞ୍ଚିଛି । କେନ୍ଦ୍ର ସମସ୍ତ ଖର୍ଚ୍ଚ ଅର୍ଥାତ 34 ଟଙ୍କା ବହନ କରି 3 ଟଙ୍କାରେ ଚାଉଳ ଯୋଗାଇ ଦେଉଛି । ସେଥିରୁ ଓଡିଶା 2 ଟଙ୍କା ଦେବାରୁ ହିତାଧିକାରୀ 1 ଟଙ୍କାରେ ଚାଉଳ ପାଉଥିଲେ । ରାଜ୍ୟର ବିଜେଡି ସରକାର ସେହି ଚାଉଳରେ ମାତ୍ର 2 ଟଙ୍କା ଦେଇ, ନବୀନଙ୍କ ଟଙ୍କିକିଆ ଚାଉଳ ନାଁରେ ପ୍ରଚାର ପ୍ରସାର କରାଇ ଭୋଟ ବ୍ୟାଙ୍କର ବଡ ଫାଇଦା ନେଇ ଆସୁଥିଲା । ତେବେ ମୋଦୀଙ୍କ ମାଗଣା ନିଷ୍ପତ୍ତି ଓ ସ୍କିମର ନାଁ ପରିବର୍ତ୍ତନ ଏହାକୁ ସବୁଦିନ ପାଇଁ ବନ୍ଦ କରିଦେଇଛି । ଏପରିକି ଦୁଇ ଟଙ୍କା ବାବଦରେ ରାଜ୍ୟର ଖର୍ଚ୍ଚ ହେଉଥିବା 1235 କୋଟି ଟଙ୍କା ସହ ପରିବହନ ଖର୍ଚ୍ଚ ବି ରାଜ୍ୟ ସରକାରଙ୍କ ପକେଟରେ ରହିଲା । ମାତ୍ର ଚାଉଳ ଶ୍ରେୟ ବନ୍ଦ ହୋଇଯିବା ପରେ ବିଜେଡି ଅକଲ ଗୁଡୁମ ହୋଇଯାଇଥିବା ଚର୍ଚ୍ଚା ହେଉଛି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ