ସେପଟେ ବିଧାନସଭା ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀଙ୍କ ଚାଉଳ ପାଇଁ କେନ୍ଦ୍ରକୁ ଚିଠି ଲେଖିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ରାଜ୍ୟ ସରକାରଙ୍କୁ ଧାନ କିଣିବା ପାଇଁ କିଏ କହିଲା । ରାଜ୍ୟ ସରକାର ତୁରନ୍ତ ଏମଓୟୁ ପ୍ରତ୍ୟାହାର କରିବା ସହ ଏଫସିଆଇକୁ ଧାନ କିଣିବା ପାଇଁ ଚିଠି ଲେଖନ୍ତୁ ବୋଲି ଦାବି କରିଛନ୍ତି ନରସିଂହ । ଏହାସହ ସରକାର ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଲିମିଟ୍ ରଖିଛନ୍ତି । ଅଣଜଳସେଚିତ ଜମିରୁ ଏକର ପିଛା ୧୩ କୁଇଣ୍ଟାଲ ଏବଂ ଜଳସେଚିତ ଜମିରୁ ୧୯ କୁଇଣ୍ଟାଲ ଧାନ କିଣୁଛନ୍ତି ସରକାର । ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଯଥେଷ୍ଟ ଅଧିକ ଧାନ ଉତ୍ପାଦନ କରୁଛନ୍ତି ଚାଷୀ । ତେଣୁ ସରକାରଙ୍କ ଲିମିଟ୍ ପରେ ଉତ୍ପାଦିତ ହେଉଥିବା ଧାନକୁ ଚାଷୀ କେଉଁଠି ବିକିବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । ବିରୋଧୀଙ୍କ ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି ।
ଉଷୁନା ଚାଉଳ ଓଡିଶାରେ ବହୁଳ ମାତ୍ରାରେ ବ୍ୟବହାର ହୁଏ । ମାତ୍ର ଦେଶରେ ଅନ୍ୟତ୍ର ଉଷୁନା ଚାଉଳର ବ୍ୟବହାର ଏତେଟା ନାହିଁ । ତେଣୁ ଅରୁଆ କିଣିବା ପାଇଁ ଏଫସିଆଇ ପ୍ରସ୍ତୁତ । ଚାଷୀ ଧାନ ବିକେ, ଚାଉଳ ନୁହେଁ । ଏଠି ପ୍ରଶ୍ନ କାହା ସ୍ଵାର୍ଥରେ ବିଜେଡି ସରକାର ? ଚାଷୀ ଉନ୍ନତି ନା ମିଲରଙ୍କ ଲାଭ । କାହିଁକି ମିଲରଙ୍କ ପାଇଁ ବାରମ୍ବାର ଓକିଲାତି କରୁଛନ୍ତି ରାଜ୍ୟ ସରକାର । ବଳକା ଚାଉଳକୁ ଉଷୁନା ନ କରି ଅରୁଆ କରିବାକୁ କେନ୍ଦ୍ର ବାରମ୍ବାର ପରାମର୍ଶ ଦେବା ପରେ ବି ଏକଥାକୁ ନଶୁଣି କାହିଁକି ଉଷୁନା କିଣିବାକୁ ଦାବି କରୁଛନ୍ତି ରାଜ୍ୟ ସରକାର ?