ଅଧିକ ପଢନ୍ତୁ ଓଡ଼ିଶା ଖବର
ସେଠାରେ ପରିବାର ଚଳାଇବା ପାଇଁ ଦୋକାନ ଘର କରାଯାଇଛି । ଯାହାକୁ ଖଣ୍ଡନ କରି ବ୍ରହ୍ମଣ ନିଯୋଗ ଏବଂ ପୂଜା ପଣ୍ଡା କହିଛନ୍ତି ୪ ଏକର ୯୦୦ ଡିସିମିଲ ବାଦ ଆହୁରି ୨ ଏକରରୁ ଅଧିକ ଜମି ସେମାନେ ମାଡି ବସିଛନ୍ତି । ଯାହା ଲିଙ୍ଗରାଜଙ୍କ ସମ୍ପତି । ବାରମ୍ବାର ଏ ବାବଦରେ ଦେବୋତ୍ତର କମିଶନରଙ୍କ ହସ୍ତେକ୍ଷେପ ଲୋଡ଼ାଯାଇ ସାରିଥିଲେ ମଧ୍ୟ କୌଣସି ସମାଧନ ଆସିପାରୁନାହିଁ ।
ମହାପ୍ରଭୁ ଉପବାସ ରହିବା ଘଟଣା ଆଜି ନୁହେଁ ଅନେକ ଥରର । ଯାହାକୁ ନେଇ ବାହାରୁ ଆସୁଥିବା ଭକ୍ତଙ୍କ ପାଖରେ ଖରାପ ବାର୍ତ୍ତା ପହଞ୍ଚୁଛି। ସେପଟେ ବିନା ନୀତିକାନ୍ତିରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ଯାହାକୁ ନେଇ ଅସନ୍ତୋଷ ବଢିଛି । ତେବେ ଦେଖିବାକୁ ଅପେକ୍ଷା ରହିଲା ଆଜି ଏ ବିବାଦ ତୁଟୁଛି ନା ମହାପ୍ରଭୁ ଆଉ କେତେଦିନ ଉପବାସରେ ରହୁଛନ୍ତି ।