ଗାଁର ଅଧିକାଂଶ ଲୋକ ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରନ୍ତି । ମାତ୍ର ଏବେ ଏହି ନଦୀ ପାଲଟିଛି ଚିନ୍ତାର କାରଣ । ନଦୀ ଜଳସ୍ତର ଦିନକୁ ଦିନଦିନ ବଢି ଚାଲିଛି । ଏଭଳି ପରିସ୍ଥିତିରେ ଉପର ଅଧିକାରୀମାନଙ୍କ ପାଖରେ ବାରମ୍ଭାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ଏପଟେ ନଦୀର ଜଳସ୍ତର ଦିନକୁ ଦିନ ବଢିବଢି ଚାଲିଛି । ଗାଁ ସୁରକ୍ଷା ପାଇଁ ଯଦି କୌଣସି ପଦକ୍ଷେପ ନି ନିଆଯାଏ ତେବେ ଏହା ଆଗାମୀ ଦିନରେ ଆନ୍ଦୋଳନ ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।
ନଦୀ କୂଳିଆ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ସେତୁ ଓ ରାସ୍ତା ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ନଦୀକୂଳିଆ ଗାଁ ଏବେ ଅସୁରକ୍ଷିତ। ଜୀବିକା ସହ ଜୀବନ ମଧ୍ୟ ଏବେ ବିପଦରେ।
(କେନ୍ଦ୍ରାପଡ଼ା ଆଳିରୁ ବିଭୁ ପ୍ରସାଦ ମହାନ୍ତିଙ୍କ ରିପୋର୍ଟ )