ଏହି ସମୟରେ ଚାନ୍ଦାହାଣ୍ଡି ଘାଟି କାକରପାଣି ନିକଟରେ ବିପରୀତ ଦିଗରୁ ହାତିବଡୀ ଗାଁର ରତ୍ନାକର ଗୌଡ଼ ଚନ୍ଦାହାଣ୍ଡିରୁ ନିଜ ଗାଁକୁ ଫେରୁଥିବା ବେଳେ ସମୟରେ ବୋଲେରୋ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହୋଇଯାଇଥିଲା । ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇ ଝରିଗାଁ ଗଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଛି ।
ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ଅର୍ଗସ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ଘାଟି କାକରପାଣି ନିକଟରେ ବୋଲେରୋ ଏବଂ ବାଇକ୍ ମୁହାଁମୁହିଁ ଧକ୍କାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇ ଜଣ ହେଲେ ହାତୀବାଡ଼ି ଗାଁର ରତ୍ନାକର ଗୌଡ଼ ଏବଂ ଭତାଝରଗାଁର ଶୁକାଲ ଦେଇ ମାଝୀ । ସୂଚନା ଅନୁଯାୟୀ ବତାଜର ଗାଁର ଶୁକାଲ ଦେଇ ମାଝୀ ଏବଂ ଫୁଲଶିଙ୍ଗ ମାଝୀ କଲେଗାଁ ସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଅନେକାବେଡାର ଏକ ପରିଚିତ ବୋଲେରୋ ଯୋଗେ ନିଜ ଗାଁକୁ ଫେରୁଥିଲେ ।
Download Argus News App
