ମୋବାଇଲ ଟାୱାର ଉପରକୁ ଚଢିଗଲା ଚାରି ବର୍ଷର ଶିଶୁ..
ସମ୍ବଲପୁର: ଓଲଟିଲା ବରଯାତ୍ରୀ ଅଟୋ । ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଜେପୁର ଥାନା ଅନ୍ତର୍ଗତ ସରନାପାଲି ଛକରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନାନୁସାରେ, ବିଜେପୁର ଥାନା ଅନ୍ତର୍ଗତ ସରନାପାଲି ଛକରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି।
ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଗୁରୁତର ଅଛନ୍ତି। ସମସ୍ତେ ସଦର ଥାନା ଅନ୍ତର୍ଗତ ରୁହୁନିଆ ଅଞ୍ଚଳର ବୋଲି ଜଣାପଡିଛି। ବିଜେପୁର ବରଯାତ୍ରୀ ଯାଇ ଫେରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଛି।