ବ୍ରହ୍ମପୁର : ଗାଡି ବ୍ୟାକ୍ କଲା ବେଳେ ଟ୍ରାନ୍ସଫର୍ମରକୁ ଧକ୍କା ଦେଲା ମାଛ ବୋଝେଇ ଟ୍ରକ । ଘଟଣାସ୍ଥଳରେ ଡ୍ରାଇଭର ଏବଂ ସୁପରଭାଇଜରଙ୍କ ମୃତ୍ୟୁ ଘଟିଛି । ଗତକାଲି ରାତିରେ ଘଟିଯାଇଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।ମାଛ ବୋଝେଇ ପାଇଁ ଆସିଥିବା ଏକ ଟ୍ରକ ବିଦ୍ୟୁତ ଟ୍ରାନ୍ସଫର୍ମର ସହ ଧକ୍କାରୁ ଦୁର୍ଘଟଣା ଘଟିଥିଲା ।
ବିଦ୍ୟୁତ ସଟସର୍କିଟରେ ଡ୍ରାଇବର ଓ ସୁପରଭାଇଜର ମୃତ୍ୟ ହୋଇଛି ବୋଲି ସୂଚନାମିଳିଛି । ଘଟଣା ଘଟିଛି ସୁନାପୁର ଥାନା ଅନନ୍ତରାୟପୁର ଅଂଚଳରେ। ମୃତକ୍ ଦୁଇ ଜଣ ହେଲେ ତାମିଲନାଡୁ ଅଂଚଳର ପଂଖିଲ ନାଥନ ସୁବ୍ରମନ୍ୟମ ଓ ସୁପରଭାଇଜର ମଧମ କୁମାର ମୁଥୁଗଞ୍ଜନ।
ଗତକାଲି ରାତିରେ ଏମାନେ ଅନ୍ତନରାୟପୁର ଗ୍ରାମରେ ପହଂଚି ମାଛ ଲୋଡ଼ କରିବା ପାଇଁ ଟ୍ରକକୁ ପାର୍କିଂ କରୁଥିଲେ। ଏହି ସମୟରେ ହେଲ୍ପର ଜଣକ ଗାଡିରୁ ଓହ୍ଲାଇ ବ୍ୟାକ୍ କରାଇବାରେ ସହାୟତା କରୁଥିଲେ। ଅନ୍ଧାରରେ ଟ୍ରାନ୍ସଫର୍ମରଟି ନ ଦିଶିବାରୁ ତାହାକୁ ଧକ୍କା ଦେଇଥିଲା ଟ୍ରକଟି। ଫଳରେ ହେଲ୍ପର ଜଣଙ୍କ ବିଦ୍ୟୁତ ଆଘାତ ପାଇଁ ତଳେ ପଡ଼ିଯାଇଥିଲେ।
ହେଲ୍ପର ଜଣକ ପଡିଯିବା ଦେଖି ଗାଡି ଡୋର ଖୋଲି ତଳକୁ ଆସିବା ବେଳେ ଡୋରକୁ ଧରିବାରୁ ବିଦ୍ୟୁତ ଧକ୍କା ପାଇ ଦୁଇ ଜଣ ମୃତ୍ୟୁବରଣ କରିଥିଲେ। ସଂଗେ ସଂଗେ ଗ୍ରାମବାସୀ ବିଦ୍ୟୁତ ବିଭାଗ ଓ ପୋଲିସ ସହାୟତାରେ ବ୍ରହ୍ମପୁର ଏମକେସିଜିରେ ଭର୍ତି କରିଥିଲେ। ଡାକ୍ତର ଡ୍ରାଇବର ଓ ସୁପରଭାଇଜରଙ୍କୁ ମୃତ ଘୋଷଣା କରିଥିବା ବେଳେ ହେଲ୍ପର ଗୁରୁତର ଅବସ୍ଥାରେ ଏମକେସିଜିରେ ଚିକିତ୍ସା ହେଉଥିବା ଜଣାପଡିଛି।