ତେବେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ମାମଲା ରୁଜୁ କରି ଡ୍ରାଇଭରକୁ ପଚରାଉଚରା କରିବା ପରେ ଛାଡ଼ି ଦେଇଛନ୍ତି । ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ବର୍ତ୍ତମାନ ମୋବାଇଲ ଟୁ ମୋବାଇଲ୍ ଘୁରି ବୁଲୁଛି । ବ୍ୟକ୍ତି ଜଣଙ୍କ ନିଜ ବାମପଟରେ ଚାଲି ଚାଲି ଯାଇ ଅନ୍ୟଜଣେ ବ୍ୟକ୍ତିଙ୍କ ସହ କାନ୍ଧରେ ହାତ ପକାଇ କିଛି କଥା ହେଉଥିଲେ । ଆଉ ଠିକ୍ ସେହି ସମୟରେ ପଛପଟୁ ଗୋଟିଏ ନାଲି ରଙ୍ଗର କାର୍ ଆସି ଧକ୍କା ଦେଇ ଚାଲି ଯାଇଥିଲା ।
ରାସ୍ତା କଡରେ ଠିଆ ହୋଇଥିବା ବେଳେ ପିଟିଦେଲା କାର୍, ଦୁଇ ଗୁରୁତର

ଅର୍ଗସ ବ୍ୟୁରୋ : ଏମିତି ବି ହୁଏ ଦୁର୍ଘଟଣା । ରାସ୍ତାକଡରେ ଠିଆ ହୋଇଥିବା ବେଳେ ପଛରୁ ପିଟିଦେଲା କାର୍ । ଦୁଇ ଗୁରୁତର । ସ୍ଥାନୀୟ ଲୋକେ ଉଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ କଲେ ଭର୍ତ୍ତି । ସେମାନେ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିର କାଳୁଚରଣ ବେହେରା ଓ ଜିତେନ୍ଦ୍ର ମହାଙ୍କୁଡ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଗଞ୍ଜାମ ବ୍ରହ୍ମପୁର ପାର୍କ ସାହି ଅଞ୍ଚଳର ପ୍ରମୋଦ ପାତ୍ର , ମହେନ୍ଦ୍ରଗଡ଼ ଆସି ନିଜ ପରିବାର ସହ ପୁଣି ବ୍ରହ୍ମପୁର ଯାଉଥିବା ସମୟରେ ଚନ୍ଦ୍ରଗିରି ମୁଖ୍ୟ ବଜାରରେ ଘଟିଥିଲା ଦୁର୍ଘଟଣା ।
Download Argus News App
