ତେବେ ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଭିମନ୍ୟୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଆସିଥିଲେ l ସେଠାରେ ଡାକ୍ତର ଅଭିମନ୍ୟୁଙ୍କୁ ମୃତ ଘୋଷଣା କରିଛନ୍ତି l ସେପଟେ ଏଥିପାଇଁ ଟ୍ରାକ୍ଟର ଚାଳକଙ୍କୁ ଦାୟୀ କରି ମୃତ ଅଭିମନ୍ୟୁଙ୍କ ଭଣଜା ମହେଶ କୁମାର ମଳିକ ଯାଜପୁର ରୋଡ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି l ଏତଲା ପାଇବା ପରେ ପୋଲିସ ଯାଜପୁର ରୋଡ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି l ମାମଲା ନମ୍ବର 627/22ରେ ଏକ ମାମଲା ରୁଜୁ କରି ଯାଜପୁର ରୋଡ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି l
ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ମୃତ

ଅର୍ଗସ ବ୍ୟୁରୋ : ଯାଜପୁର ରୋଡ ନିକଟସ୍ଥ ଯୋକଡ଼ିଆ ବ୍ରିଜ ନିକଟରେ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ମୃତ । ପରିବାର ପକ୍ଷରୁ ଥାନାରେ ଏତଲା l ସୂଚନା ମୁତାବକ ଆଜି ଅପରାହ୍ନରେ ଯାଜପୁର ରୋଡ ଥାନା ତଥା ରସୁଲପୁର ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀନଗର ଅଞ୍ଚଳର ଅଭିମନ୍ୟୁ ମଳିକ ବାଇକରେ ଯୋକଡ଼ିଆ ଅଞ୍ଚଳରୁ ଘରକୁ ଫେରୁଥିଲେ l ଯୋକଡ଼ିଆ ବ୍ରିଜ ଉପରେ ସମ୍ମୁଖ ଭାଗରୁ ଆସୁଥିବା ଏକ ଟ୍ରାକ୍ଟର ଅଭିମନ୍ୟୁଙ୍କ ବାଇକ ଉପରକୁ ମାଡି ଯାଇଥିଲା l ଫଳରେ ଅଭିମନ୍ୟୁ ଗୁରୁତର ଭାବେ ଆହତ ହୋଇଥିଲେ l
Download Argus News App
