ଭୁବନେଶ୍ଵର: ସଡକ ଦୁର୍ଘଟଣା ବିଶ୍ୱ ପାଇଁ ବଡ ବିପତ୍ତି । ଓଡିଶାରେ ଏହା ଚିନ୍ତାଜନକ । ଓଡିଶାରେ ସଡକ ଦୁର୍ଘଟଣାକୁ 50 ପ୍ରତିଶତ କମାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଆଉ ସଡକ ଦୁର୍ଘଟଣା ରୋକିବା ପାଇଁ ହାଇୱେ ପାଟ୍ରୋଲିଂକୁ ଜୋରଦାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ବିଭାଗୀୟ ପ୍ରମୁଖ ସଚିବଙ୍କ କହିବା କଥା ୱାଲର୍ଡ ବ୍ୟାଙ୍କର ରିପୋର୍ଟ ଅନୁସାରେ ପ୍ରତିବର୍ଷ ସଡକ ଦୁର୍ଘଟଣାରେ 4 ଲକ୍ଷ , 96 ହଜାର ଟଙ୍କାର କ୍ଷତି ହେଉଛି, ଯାହାକି ଜିଡିପିର 3.11 ଭାଗ । ଅର୍ଥାତ୍ ପ୍ରତି 100 ଟଙ୍କାରେ 3 ଟଙ୍କା 11 ପଇଷା ନଷ୍ଟ ହେଉଥିବା କଥା ସଚିବ କହିଛନ୍ତି। ସେପଟେ ରୋଡ ସେପ୍ଟି ଫଣ୍ଡରୁ 10 କୋଟି ଟଙ୍କା ବ୍ୟୟରେ 1 ଟି ସ୍ଥାନରେ ହାଇୱେ ପାଟ୍ରୋଲିଂ ଆରମ୍ଭ ହୋଇଥିବାବେଳେ ଆଉ 18 ଟି ସ୍ଥାନରେ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସଚିବ କହିଛନ୍ତି ।
ପୋଲିସ ଡିଜି ଶ୍ରୀ ଅଭୟ କହିଛନ୍ତି 18ଟି ସ୍ଥାନରେ ହାଇୱେ ପୋଲିସ ପାଟ୍ରୋଲିଂ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଅନ୍ୟ ଦୁର୍ଘଟଣା ପ୍ରବଳ ଅଞ୍ଚଳରେ ପାଟ୍ରୋଲିଂ ହେବ । ତେବେ ଯେଉଁମାନେ ଗାଡି ଚଳାଉଛନ୍ତି ସେମାନେ ସିଟ୍ ବେଲ୍ଟ ଓ ହେଲମେଟ ପିନ୍ଧିବାକୁ ଡିଜିପି ନିବେଦନ କରିଛନ୍ତି ।
ରାଜ୍ୟରେ ଯେଉଁ ଦୁର୍ଘଟଣା ହେଉଛି ସେଥିରେ 40 ପ୍ରତିଶତ ଦୁର୍ଘଟଣାର ଶିକାର ବାଇକ ଚାଳକ ହେଉଛନ୍ତି। ତେଣୁ ଏହି ଦୁର୍ଘଟଣାକୁ କିପରି ରୋକାଯାଇ ପାରିବ ତାହା ଉପରେ ଦୃଷ୍ଟି ଦିଆଯିବ ବୋଲି ବିଭାଗ କହିଛି ।