ମଇଦଲପୁର ଗ୍ରାମ ଚରାମୁଲା ଛକ ନିକଟରେ ଜୟପାଟଣାରୁ-କୋରାପୁଟ ଯାଉଥିବା ବୁଲେଟ ପଛପଟୁ ଚାରି ଜଣ ଯୁବକଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବୁଲେଟ ଚାଳକ ସହ ଚାରି ଜଣ ପଥ ଚାରି ଆହତ ହୋଇଥିଲେ । ଗ୍ରାମବାସୀ ପାଞ୍ଚ ଜଣ ଆହତକୁ ମଇଦଲପୁର ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚାଳକର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ରେ ବୁଲେଟ ଚାଳକଙ୍କ ସ୍ୱାସ୍ଥ ଅଵସ୍ଥା ଉନ୍ନତି ନହେବା ଯୋଗୁଁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ବର୍ତ୍ତମାନ ମଇଦଲପୁର ଉପସ୍ୱାସ୍ଥ କେନ୍ଦ୍ରରେ ଅନ୍ୟ 4ଜଣ ଯୁବକ ଚିକିତ୍ସିତ ହେଉଛନ୍ତି , ତାଙ୍କ ସ୍ୱାସ୍ଥ୍ୟ ଅଵସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି । ମଇଦଲପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଲେଟକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।