ଏହି ଘଟଣାକୁ ନେଇ ଅଞ୍ଚଳ ବାସୀ ଉତକ୍ଷିପ୍ତ ହୋଇ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ l ପରିବାରକୁ କ୍ଷତି ପୂରଣ ଦେବା ସହିତ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ହମ୍ପସ ନିର୍ମାଣ କରିବାକୁ ଦାବି ଦୀର୍ଘ 3 ଘଣ୍ଟା ଧରି ଅଞ୍ଚଳ ବାସୀ ରାସ୍ତାରୋକ ହେବା ପରେ ପଟ୍ଟାମୁଣ୍ଡାଇ ଏସଡିପିଓ, ଆଳି ଥାନା ଆଇଆଇସି ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି l ଜିତେଶ ପତ୍ରପୁର ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣାପଡ଼ିଛି l
ସଡ଼କ ଦୁର୍ଘଟଣାରେ ଚାଲିଗଲା ନବମ ଶ୍ରେଣୀ ଛାତ୍ରର ଜୀବନ

ଅର୍ଗସ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା କଅଁରପୁର ଗ୍ରାମରେ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଚାଲିଗଲା ଜିତେଶର ଜୀବନ । କଅଁରପୁର ଗ୍ରାମର ଯୁଗଳ ବେହେରାଙ୍କ ପୁଅ ଜିତେଶ ବେହେରା । ସ୍କୁଲ ଯାଉଥିବା ବେଳେ କଟକ-ଚାନ୍ଦବାଲି ରାସ୍ତାର ବିଲିକଣା ନିକଟରେ ଏକ ଗାଡି ଧକା ଦେଇଥିଲା l ଗାଡି ଧକ୍କା ଦେବା ଫଳରେ ରିତେଶ ସାଇକେଲ ସହିତ ଛିଟିକି ପଡ଼ିଥିଲେ l ଜିତେଶକୁ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ମେଡିକାଲ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ l
ତିନୋଟି କମିଟି ଗଠନ କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ

ଅର୍ଗସ ବ୍ୟୁରୋ: ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ରହିବ ଭାରତୀୟ ସ୍ଥାପତ୍ୟର ଚିତ୍ରଣ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନୂତନ ପାର୍ଲାମେଣ୍ଟ ବିଲ୍ଡିଂ ଭିତରର ସାଜସଜ୍ଜା ଯୋଜନା କରିବା ପାଇଁ ତିନୋଟି କମିଟି ଗଠନ କରିଛି। ଯେଉଁଥିରେ ଭାରତୀୟ ସ୍ଥାପତ୍ୟର ଚିତ୍ରଣ, ଚିତ୍ରକଳା, କାନ୍ଥ କଳା ଏବଂ ଲେଖା ଅନ୍ତର୍ଭୁକ୍ତ ହେବ। ପ୍ରବେଶ ପଥରେ ଏକ ସ୍ୱାକ୍ଷର ପ୍ରତିମୂର୍ତ୍ତି, ଏ
Download Argus News App
