Argus Update News 9Am
ଭଦ୍ରକ: ଭଦ୍ରକ ବାସୁଦେବପୁର ଚାରିପୋଖରିଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ବାଲେଶ୍ୱର ଜିଲା ସିଂଲା ଥାନା ଚକସାର୍ଥା ଗାଁର ସୁଶାନ୍ତ ବର୍ମନ ଓ ଗୁରୁତର ଜଣକ ହେଲେ ମୃତକଙ୍କ ସମ୍ପର୍କୀୟ ଭାଇ ଲକ୍ଷମନ ବର୍ମନ ।
ଉଭୟ ଜେଜେଙ୍କ ଶୁଦ୍ଧି କ୍ରିୟାରେ ଯୋଗ ଦେବା ପାଇଁ ଖବର ଦେବାକୁ ଆସିଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଉଭୟଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ସୁଶାନ୍ତକୁ ମୃତ ଘୋଷଣା କରିଥିଲେ।