
ନୟାଗଡ଼: ନୟାଗଡ଼ ଜିଲ୍ଲା କରଡ଼ା ନିକଟରେ ଏକ କାର ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ମଧ୍ୟରେ 3 ସଦସ୍ୟ ଗୋଟିଏ ପରିବାରର ଥିବା ବେଳେ ଜଣେ ଡ୍ରାଇଭର ସାମିଲ ଅଛନ୍ତି । ମିଳିଥିବା ସୂଚନାନୁସାରେ, ନନ୍ଦିଘର ନେଳିଆ ସାହିର ଚାଉଳ ମିଲ ମାଲିକ ଚିରଞ୍ଜିବୀ ସାହୁ (୪୦) କୌଣସି କାମରେ ଗତକାଲି ଭୁବନେଶ୍ୱର ଯାଇଥିବା ବେଳେ ବିଳମ୍ବିତ ରାତିରେ ଫେରୁଥିଲେ ।
ଫେରିବା ସମୟରେ କାରଟି ଦୁର୍ଘଟଣା ଗ୍ରସ୍ତ ହେବାରୁ, ସେଥିରେ ଥିବା ତାଙ୍କ ପତ୍ନୀ ମଧୁସ୍ମିତା ସାହୁ ( ୩୫), ପୁଅ ଆଦିତ୍ୟ କୁମାର ସାହୁ (୧୧), ଙ୍କ ସହ ଡ୍ରାଇଭର ସନ୍ତୋଷ ନାୟକଙ୍କ ମୃତ୍ୟୁ ଘଟିଛି । ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଦେଇଛି । ଘଟଣାର ରହସ୍ୟ ନେଇ ତଦନ୍ତ ଚାଲିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
