ସୂଚନାମୁତାବକ, ଅଟୋଟି ହାଇଓ୍ୱା ଟ୍ରକକୁ overtake କଲା ବେଳେ ଭାରସାମ୍ୟ ହରାଇ ଟ୍ରକ ସହ ଧକା ହୋଇ ଓଲଟି ପଡିଥିଲା । ଫଳରେ ଦୁଇ ଜଣ ଅଟୋ ଯାତ୍ରୀ ଗୁରୁତର ହୋଇପଡିଥିଲେ। ବର୍ତ୍ତମାନ ଘଟଣା ସ୍ଥଳରେ ପୁରୁଣାକଟକ ଥାନା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
ହାଇଓ୍ୱା ଟ୍ରକକୁ ପିଟିଲା ଅଟୋ, ଦୁଇ ଗୁରୁତର
ବୌଦ୍ଧ: ହାଇଓ୍ୱା ଟ୍ରକକୁ ପିଟିଲା ଅଟୋ । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ହାଇଓ୍ୱା ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
Download Argus News App
