ସୂଚନା ଅନୁଯାଇ ଶନିବାର ବିଳମ୍ବିତ ରାତିରେ ବୋଲଗଡ଼ ବ୍ଲକ କପାସିଆ ଗ୍ରାମର ମଧୁ ମାନସିଂହଙ୍କ ପତ୍ନୀ ସାବିତ୍ରୀ ମାନସିଂହ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନରୁ ଚିକିତ୍ସିତ ହୋଇ ଆମ୍ବୁଲାନ୍ସରେ ନିଜ ଗ୍ରାମକୁ ପରିବାର ସହିତ ଫେରୁଥିଲେ କିନ୍ତୁ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ଇନୋଭା କାର ଧକ୍କା ଦେଇଥିଲା ।
ଫଳରେ ସବିତ୍ରୀଙ୍କ ମୁଣ୍ଡ ବାଡେଇ ହୋଇ ମୃତ୍ୟୁ ହୋଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଖବର ପାଇ ବେଗୁନିଆ ପୋଲିସ ଗାଡି ୨ଟିକୁ ଜବତ କରି ସାବିତ୍ରୀଙ୍କ ଶବକୁ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।