ଫଳରେ ଘଟଣାସ୍ଥଳରେ ପ୍ରକାଶ ସାହୁଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରଶାନ୍ତ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିଲା। ଘଟଣାସ୍ଥଳରେ ଟାଉନ ପୋଲିସ ଓ ସିଟି ଡ଼ିଏସପି ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିବା ପରେ ଉତେଜନା ଥମିବା ସହ ରାସ୍ତାରୁ ଓହ୍ଲାଇଥିଲେ ଲୋକମାନେ।
ଚଢ଼ିଗଲା ଟ୍ରକ, ଜଣେ ମୃତ

ଭଦ୍ରକ: ଭଦ୍ରକ 16 ନଂ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଗଲା ଟ୍ରକ ଜଣେ ମୃତ, ଜଣେ ଗୁରୁତର। ସୂଚନା ଅନୁଯାୟୀ ଆରଏନ ବେତଡା ପଞ୍ଚାୟତର ବିରୀପଡା ଅଞ୍ଚଳର ଧନେଶ୍ୱର ସାହୁଙ୍କ ପୁଅ ପ୍ରକାଶ ସାହୁ ଓ ତାଙ୍କ ସାଙ୍ଗ ପ୍ରଶାନ୍ତ ଦୁଇ ଜଣ ଏକ ବାଇକ ଯୋଗେ ଘରୁ ବାହାରି ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଏକ ଟ୍ରକ ଦୂତ ଗତିରେ ଆସି ତାଙ୍କ ପଛପଟୁ ଚଢି ଯାଇଥିଲା।
Download Argus News App
