ଭୁବନେଶ୍ୱରରୁ ନିଜ ଗାଁକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ପୁରୁଣାକଟକ ଖୋର୍ଦ୍ଧା-ବଲାଙ୍ଗୀର ଥାନା ଜାତୀୟ ରାଜପଥ କରଡ଼ାକୋଠା ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରଲରକୁ କାରଟି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଚି ମୃତକ ଓ ଗୁରୁତରଙ୍କୁ ଉଧାର କରିଛନ୍ତି । ପୁରୁଣାକଟକ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଟ୍ରଲର ଭିତରେ ପଶିଲା କାର, ଜଣଙ୍କର ମୃତ୍ୟୁ

ବୌଦ୍ଧ: ବୌଦ୍ଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରଲର ଭିତରେ ପଶିଲା କାର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ଓ ପରେ ଅବସ୍ଥା ଗୁରୁତର ହେବାରୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମୃତକ ଓ ଗୁରୁତରମାନେ ସୋନପୁର ଜିଲ୍ଲା ତରଭା ଅଂଚଳର ବୋଲି ଜଣାପଡିଛି ।
Download Argus News App
