ଅଟୋ ଡ୍ରାଇଭରଙ୍କ ମହାନତା
ଜଗତସିଂହପୁର: ଜଗତସିଂହପୁର ଜିଲା ସଦର ଥାନା ଯୋଗଧାରୀ ଠାରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ବସ ଧକ୍କାରେ ଜଣେ ମୃତ । ମୃତକ ଜଣକ କାକଟପୁର ଥାନା ନଗର ଅଞ୍ଚଳର ଦେବେନ୍ଦ୍ର ବରାଳ । ଦେବେନ୍ଦ୍ର ସକାଳେ ଯୋଗଧାରୀ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ବେଳେ ଏକ ଯାତ୍ରୀବାହୀ ବସ ତାଙ୍କୁ ଧକା ଦେଇଥିଲା ।
ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କ୍ଷତିପୂରଣ ଦେବା ଦାବିରେ ମୃତକଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକ ଯୋଗଧାରୀ ଛକ ନିକଟରେ ଜଗତସିଂହପୁର-ମାଛଗାଁ ମୁଖ୍ୟ ରାସ୍ତା ଅବରୋଧ କରିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ମୃତୟନ କରାଯାଇଛି ।