ଆଖି ଅଛି ସିନା...ହେଲେ ଦେଖାଯାଉନାହିଁ
ମୟୁରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କୁକୁଡା ବୋଝେଇ ପିକଅପ୍ ଭ୍ୟାନ । ଫଳରେ ଗାଡିରେ ଚାପି ହୋଇ ଡ୍ରାଇଭରର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏଥିସହ ହେଲପର ଗୁରୁତର ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ଚାଇଁବାଇଁସି ନିକଟରେ ଘଟିଛି ମର୍ମନ୍ତୁଦ ଦୁଘଟଣା । ଗୁରୁତର ହେଲପରକୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।
ପରେ ତାଙ୍କୁ କଟକ ବଡ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । କପିଳାସରୁ କୁକୁଡ଼ା ବୋଝେଇ କରି ଗାଡିଟି କରଞ୍ଜିଆ ଦେଇ ଠାକୁରମୁଣ୍ଡା ଆସୁଥିଲା ମୃତ ଡ୍ରାଇଭର କେନ୍ଦୁଝର ଅଞ୍ଚଳର ବିଜୟ ଲୋହାର ଏବଂ ଗୁରୁତର ହେଲପର କରଞ୍ଜିଆ ନିକଟ କଙ୍କଡା ଗାଁର ପାଣୁ । ଘଟଣାସ୍ଥଳରେ ଠାକୁରମୁଣ୍ଡା ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।