ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ତେଜିଲା ରାଜନୀତି !
ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା, ଦୁଇ ମୃତ
କେନ୍ଦୁଝର: କେନ୍ଦୁଝରରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କାରେ ଦୁଇ ମୃତ । କେନ୍ଦୁଝରର ଲାଇଫ ଲାଇନ କୁହାଯାଉଥିବା 20 ନମ୍ବର ଜାତୀୟ ରାଜପଥ ଏବେ ପାଲଟିଛି ଡେଥ ଲାଇନ । କେନ୍ଦୁଝର ଦେଇ ଯାଇଥିବା 20 ନମ୍ବର ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ଗୋପାଳପୁର ଗାଁ ନିକଟରେ ଗତକାଲି ରାତି ପ୍ରାୟ 2.୩୦ ମିନିଟ ରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ।
କେନ୍ଦୁଝରରୁ ଆଇରନ ନେଇ ଯାଉଥିବା ଏକ ଟ୍ରକ ସହ କେନ୍ଦୁଝର କୁ କୋଇଲା ନେଇ ଆସୁଥିବା ଏକ ଟ୍ରକର ମୁହାଁମୁହିଁ ଧକା ହୋଲିଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କର ଶବ ଉଦ୍ଧାର କରିଥିବାବେଳେ , ଆଉ ଜଣଙ୍କର ମୃତଦେହ ବର୍ତ୍ତମାନ ସୁଦ୍ଧା ଗାଡି ଭିତରେ ଚାପି ହୋଇରହିଛି । ମୃତକଙ୍କ ପରିଚୟ ମିଳି ପାରିନାହିଁ ।
Download Argus News App
