ଓଡ଼ିଆ ନବବର୍ଷର ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ...
ରାୟଗଡ଼ା : ରାୟଗଡ଼ା କଲ୍ୟାଣ ସିଂ ପୁରରେ ଅଘଟଣ । ଟ୍ରାକ୍ଟର ଦୁର୍ଘଟଣାରେ ଦୁଇ ମୃତ ଓ ଦୁଇ ଗୁରୁତର । କ୍ରିକାଲୁପାଡୁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଟି ବିଳମ୍ବିତ ରାତିରେ ମାଝିଗୁଡା ଗାଁଠାରୁ ବେଲକଣା ଗାଁକୁ ଯାଉଥିଲା।
ମାତ୍ରାଧିକ ଲୋଡ ହୋଇଥିବାରୁ ଦୁର୍ଘଟଣା ଗ୍ରସ୍ତ ହେଇଥିବା ଅଭିଯୋଗ ହେଇଛି । ଘଟଣାସ୍ଥଳରେ ଡ୍ରାଇଭର ମୃତ୍ୟୁ ହୋଇଥିବା ବେଳେ ମହିଳା ଲେବରଙ୍କ ରାୟଗଡ଼ା ଜିଲ୍ଲା ହସ୍ପିଟାଲରେ ମୃତ୍ୟୁ ହେଇଛି ଅନ୍ୟଦୁଇ ମହିଳା ଲେବର ଗୁରୁତର ରହିଛନ୍ତି । ଘଟଣା ସ୍ଥଳରେ କଲ୍ୟାଣସିଂହପୁର ପୋଲିସ ପହଞ୍ଚି ତଦନ୍ତ କରୁଛି, ଏଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ