ଏହି ମଥୁରାପୁର ଗାଁ ଦେଇ ଯାଇଥିବା ରାସ୍ତା କୋଟମାଳ -ରାନୀମୁଣ୍ଡା ଏବଂ ସିନାପାଲି -ଖଡ଼ିଆଳ ମୁଖ୍ୟ ରାସ୍ତା କୁ ସଂଯୋଗ କରୁଛି l ଆଉ ଏଠି ଦୈନିକ ଶହ ଶହ ଲୋକ ଯାତାୟାତ କରୁଛନ୍ତି । ବର୍ଷ ବର୍ଷ ଧରି ରାସ୍ତା ଖରାପ ପଡିଛି ହେଲେ ରାସ୍ତା ପ୍ରତି ନା ପ୍ରଶାସନର ନଜର ଅଛି ନା ସରକାରଙ୍କ ନଜର । ତେଣୁ ବାଧ୍ୟ ହୋଇ ଖରାପ ରାସ୍ତାରେ ଯାତାୟାତ କରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେପଟେ ଏହି ସମସ୍ୟାକୁ ନେଇ ଖଡ଼ିଆଳ ବିଡିଓ ବୀରସେନ ବେହେରାଙ୍କୁ ପଚାରିବାରୁ ଖୁବଶୀଘ୍ର ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି ।
ମଥୁରାପୁର ରେ ବର୍ଷ ବର୍ଷ ଧରି ରାସ୍ତା ସମସ୍ୟା l କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନା? କୁଆଡ଼େ ଗଲା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା l ଯୋଜନ କଣ କାଗଜ ପତ୍ରରେ ସୀମିତ କି l ତେବେ କେବେ ଏଥିପ୍ରତି ସରକାରଙ୍କ ଦୃଷ୍ଟି ପଡୁଛି ଦେଖିବାକୁ ବାକି ରହିଲା ।
ଆହୁରି ପଢନ୍ତୁ ଓଡିଶା ଖବର...