ଅର୍ଗସ ବ୍ୟୁରୋ: ଭୋଟ ଦିଅ , ରାସ୍ତା ନିଅ l ଭୋଟ ନାହିଁ ତ ରାସ୍ତା ନାହିଁ l ବ୍ଲକ ଠାରୁ ମାତ୍ର କେଇ କିଲୋ ମିଟର ଦୂରରେ ଭୋଗରାଇ ର ଏହି ଆଦର୍ଶ ଗାଁ । ରାଜନୈତିକ ଓ ଦଳୀୟ ମନଭାବରେ କାମ ହଉଥିବାରୁ ଆଜି ଯାଏଁ ୭ନମ୍ବର ଓ ୯ନମ୍ବର ୱାର୍ଡ କୁ ଭଲ ରାସ୍ତାଟେ ହଇପାରିଲା ପାରିଲା ନାହିଁ l ଆମେ କହୁଛୂ ଆଦର୍ଶ ଗ୍ରାମ ଭାବେ ମାନ୍ୟତା ପାଇଥିବା ଏହି ଭୋଗରାଇ କଥା l ଏହି ଗ୍ରାମର ୭ନମ୍ବର ୱାର୍ଡକୁ ଯିବାକୁ ହେଲେ ଆପଣଙ୍କୁ ଆଣ୍ଠୁଏ କାଦୁଅରେ ପଙ୍କ ରାସ୍ତାରେ ଚାଲି ଚାଲି ଯିବାକୁ ପଡିବ । କାରଣ ଏହି ରାସ୍ତାରେ ସ୍ୱାଧୀନତାର ୭୫ବର୍ଷ ପରେ ବି ଆଜି ଯାଏଁ ମୁଠାଏ ନାଲି ଗୋଡ଼ି ତ ଦୂରର କଥା ୨୦ବର୍ଷ ର ଶାସକ ଦଳ ନିଜର ପତିଆର କରିଥିଲେ ମଧ୍ୟ ଆଜି ଯାଏଁ ରାସ୍ତାରେ ମୁଠାଏ ମାଟି ପଡ଼ି ପାରିଲା ନାହିଁ ।
ସେହିପରି ଆଦର୍ଶ ଭୋଗରାଇ ଗ୍ରାମର ୯ନମ୍ବର ୱାର୍ଡ ଥିବା ରାସ୍ତା କୁ ଭଲ ଭାବେ ଦେଖନ୍ତୁ l ରାସ୍ତାକୁ ଦେଖିଲେ ଜଣାପଡୁଛି ସତେ ଯେମିତି ଲୋକ ମାନେ ନଦୀ କିମ୍ବା ଖାଳ ଦେଇ ଯାତୟତ କରୁଛନ୍ତି l ଅସରାଏ ବର୍ଷା ରେ ରାସ୍ତା ପାଲଟି ଯାଏ ଖାଳ କିମ୍ବା ନଦୀ l୯ନମ୍ବର ୱାର୍ଡ ର 30ପରିବାର 150ଜଣ ଲୋକେ ଏହି ରାସ୍ତାରେ ଜୀବନକୁ ବାଜି ଲଗାଇ ବିପଦରେ ଯିବା ଆସିବା କରନ୍ତି l
ତେବେ ସବୁପରେ ଏହି ଗ୍ରାମର ରାସ୍ତା ସମସ୍ୟା ବାବଦରେ ଯଦି ତୁରନ୍ତ ପଦକ୍ଷେପ ନିଆ ନ ଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ହେବା ସହିତ ଭୋଟ ବର୍ଜନ ଥୟ ବୋଲି ୨ଟି ୱାର୍ଡ ର ୱାର୍ଡ ବାସି ଚେତାବନି ଦେଇଛନ୍ତି l
ଅଧିକ ପଢ଼ନ୍ତୁ ଓଡିଶା ଖବର: