ଏତେ ସବୁ କଥା କହି ଦୃଶ୍ୟ ଦେଖାଇବା ପରେ ଆମେ ସ୍ଥାନଟିର ନାଁ କହୁଛୁ। ଦର୍ଶକବନ୍ଧୁ ଏ ଦୃଶ୍ୟ ହେଉଛି, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ନପଙ୍ଗ ପଞ୍ଚାୟତର। ଇଏ ହେଉଛି ନପଙ୍ଗ- ଜୋରାଗଡ଼ିଆକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା।
ଏହି ରାସ୍ତାରେ ଥିବା ରେବା ନାଳ ଉପରେ ରହିଛି ମିନି କଲଭର୍ଟ। ଯାହା ଲୋକଙ୍କ ସୁବିଧା ପାଇଁ ନୁହେଁ ଲୋକଙ୍କୁ ଅଡୁଆରେ ପକାଇବା ପାଇଁ ପ୍ରସ୍ତୁତ ହୋଇଛି। ନିମ୍ନମାନର ତ୍ରୁଟି ପୂର୍ଣ୍ଣ ନିର୍ମାଣ ଯୋଗୁ ଦୁଇ ବର୍ଷ ହେଲାଣି ଏହି ପୋଲର ଏମିତି ଅବସ୍ଥା।
ତଳୁ ମାଟି ଖସି ସ୍ଲାବ ଖଣ୍ଡକ ପଡିଛି। ଗୋଟାଏ ଭାରିଯାନ କଲେ, ଭୁସ କିନା ଗଳିପଡିବ। ଧନଜୀବନ ହାନୀ ହେବ। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଚୁପ୍। ଦୈନିକ ଶହ ଶହ ଲୋକ ଯାତାୟାତ କରୁଥିବା ଶହ ଶହ ଲୋକଙ୍କ ପାଇଁ ଏଇ କଲଭଟ ଏବେ ପାଲଟିଛି ମରଣଜନ୍ତା।
ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ୨୦୧୩ ମସିହାରେ ପ୍ରାୟ ୩ ଲକ୍ଷ ଟଙ୍କା ଅଟକଳରେ ୫୦ ଫୁଟ ଦୈର୍ଘ୍ୟ ବିଶିଷ୍ଟ ଏହି କଲଭର୍ଟରେ ସୋଠ ପକାଯାଇ କଂକ୍ରିଟ କରଣ କରାଯାଇଥିଲା। ମାତ୍ର ନିମ୍ନ ମାନର ନିର୍ମାଣ ହୋଇଥିବାରୁ ଦୁଇ ବର୍ଷ ତଳେ ଉକ୍ତ କଲଭର୍ଟ ଦେଇ ଭାରିଯାନ ଯିବାଆସିବା କରିବାରୁ କଲଭର୍ଟଟି ଦବିବା ସହିତ ଭାଙ୍ଗି ଗଳି ପଡ଼ିଥିଲା । ସେହି ଦିନ ଠାରୁ ଆଜି ଯାଏଁ କଲଭଟଟି ଅସୁରକ୍ଷିତ ଭାବେ ପଡି ରହିଛି। ଏବେ ଗୋଟିଏ ପ୍ରଶ୍ନ କାହାର କ’ଣ ହେଲେ ଦାୟୀ କିଏ ହବ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।